ବାଣପୁର(ସେକ୍ କୌଶର ) : ଚିଲିକାରେ ବିଗତ କିଛି ଦିନ ହେବ ପକ୍ଷୀ ଶିକାର ବନ୍ଦ ରହିଥିବା ବେଳେ ଗୁରୁବାର ଦିନ ପୁଣି ଉକ୍ତ ଅଞ୍ଚଳରେ ପକ୍ଷୀ ଶିକାର ଘଟଣା ସାମ୍ନାକୁ ଆସିଛି । ପକ୍ଷୀ ଶୀକାର କରିବା ବେଳେ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଅଧିନସ୍ତ ଟାଙ୍ଗୀ ବନ୍ୟପ୍ରାଣୀ ବନାଞ୍ଚଳ ବିଭାଗ ହାତରେ ଜଣେ ଶୀକାରୀ ଧରାପଡ଼ି ଗିରଫ ହୋଇଛନ୍ତି। ଟାଙ୍ଗୀ ରେଞ୍ଜ ଅନ୍ତର୍ଗତ ମଙ୍ଗଳାଯୋଡି ପକ୍ଷୀ ସୁରକ୍ଷା କ୍ୟାମ୍ପ ଆଉଟର ଚ୍ୟାନେଲ ନିକଟରୁ ଉକ୍ତ ପକ୍ଷୀ ଶୀକାରୀଙ୍କୁ ଗିରଫ କରିଛି ଟାଙ୍ଗୀ ବନ୍ୟପ୍ରାଣୀ ବନାଞ୍ଚଳ ବିଭାଗ। ଶୀକାରୀଙ୍କ ନିକଟରୁ ସାତ ଗୋଟି ମୃତ ବିଦେଶୀ ପକ୍ଷୀ ଏବଂ ଏକ କାତମରା ଡ଼ଙ୍ଗା ଜବତ କରିଛି ବନ୍ୟପ୍ରାଣୀ ବିଭାଗ। ଗିରଫ ଶୀକାରୀ ଜଣକ ହେଲେ ଟାଙ୍ଗୀ ଥାନା ତୋଟାପଡ଼ା ଗ୍ରାମର ବନ ବେହେରା (୩୪) । ତାଙ୍କ ବିରୋଧରେ ପିଆର ନମ୍ବର ୧୭ଟି/୨୧-୨୨ ରେ ଏକ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଥିବାର ଟାଙ୍ଗୀ ରେଂଞ୍ଜ ବନାଞ୍ଚଳ ଅଧିକାରିଣୀ ଚୁଡ଼ାରାଣୀ ମୁର୍ମୁ ସୂଚନା ଦେଇଛନ୍ତି l
Sign in
Sign in
Recover your password.
A password will be e-mailed to you.
Next Post