ବାଣପୁର ( ସେକ୍ କୌଶର ): କରୋନା ମହାମାରୀରେ ପରୀକ୍ଷା ବାତିଲ ଦାବିରେ ରାଜପଥ ଅବରୋଧ କରିଛନ୍ତି ଶତାଧିକ ଛାତ୍ର। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅଞ୍ଚଳରୁ ଏପରି ଦୃଶ୍ୟ ଗତକାଲି ଦେଖିବାକୁ ମିଳିଥିଲା । ଯୁକ୍ତ ଦୁଇ ପରୀକ୍ଷା ବାତିଲ ଦାବିରେ ଶତାଧିକ ଛାତ୍ର ବାଲୁଗାଁ ଗାନ୍ଧୀ ଛକ ଅବରୋଧ କରିଥିଲେ । ଅଲ ଓଡିଶା ସ୍ଟୁଡେଣ୍ଟସ ୟୁନିଅନ ବ୍ୟାନରରେ ବାଣପୁର, ବାଲୁଗାଁ ତଥା ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଯୁକ୍ତ ଦୁଇ ମହାବିଦ୍ୟାଳୟରୁ ଛାତ୍ରମାନେ ଏକାଠି ହୋଇ ଗାନ୍ଧୀଛକରେ ବିକ୍ଷୋଭ କରିଥିଲେ
ଦାବି ମୁତାବକ କରୋନା କାଳରେ ମହାବିଦ୍ୟାଳୟରେ ପାଠପଢା ଠିକ ଭାବରେ ହୋଇପାରିନାହିଁ। ଅନୁରୂପ ଭାବେ ଅନଲାଇନ କ୍ଲାସର ବି ଅତାପତ୍ତା ନାହିଁ। ତେଣୁ ରାଜ୍ୟ ସରକାର ତୁରନ୍ତ ଯୁକ୍ତ ଦୁଇ ପରୀକ୍ଷା ବାତିଲ କରିବା ନେଇ ଘୋଷଣା କରନ୍ତୁ ବୋଲି ସେମାନେ ଦାବି କରିଥିଲେ | ଘଟଣାସ୍ଥଳରେ ବାଲୁଗାଁ ପୋଲିସ ଉପସ୍ଥିତି ଥାଇ ଉତ୍ୟକ୍ତ ଛାତ୍ରମାନଙ୍କୁ ବୁଝାସୁଝା କରି ଧାରଣା ସ୍ଥଗିତ ରହିଥିଲା | ସୂଚନା ଥାଉ କି ଆଜି ଯୁକ୍ତ ଦୁଇ ପରୀକ୍ଷା ବାତିଲ ଦାବିରେ ଛାତ୍ରଛାତ୍ରୀ ମାନେ ଓଡ଼ିଶାର ସମସ୍ତ ଜିଲ୍ଲାରେ ଆନ୍ଦୋଳନ କରିଥିଲେ ।
Sign in
Sign in
Recover your password.
A password will be e-mailed to you.