ନିଶ୍ଚିନ୍ତକୋଇଲି-ମାହାଙ୍ଗା(ଦେବେନ୍ଦ୍ର ଷଡ଼ଙ୍ଗୀ) : ନିଶ୍ଚିନ୍ତକୋଇଲି ବ୍ଲକ କାର୍ଯ୍ୟାଳୟ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନ,ମେଡ଼ିକାଲ, ବେସରକାରୀ ଅନୁଷ୍ଠାନ ମାନଙ୍କରେ ସାଧାରଣତନ୍ତ୍ର ଦିବସ କୋଭିଡ଼ କଟକଣା ଅନୁଯାୟୀ ପାଳିତ ହୋଇଯାଇଛି । ଏହି ଅବସରରେ ନିଶ୍ଚିନ୍ତକୋଇଲି ବ୍ଲକ କାର୍ଯ୍ୟାଳୟରେ ବ୍ଲକ ଅଧ୍ୟକ୍ଷା ସବିତା ଓଝା ୭୩ତମ ସାଧାରଣତନ୍ତ୍ର ଦିବସରେ ଜାତୀୟ ପତାକା ଉତୋଳନ କରି ଦେଶର ଅଖଣ୍ଡତା, ସମ୍ବିଧାନର ସୁରକ୍ଷା ଓ ଦେଶ ରକ୍ଷା ପ୍ରତି ସଜାଗ ରହିବାକୁ ଆହ୍ୱାନ ଦେଇଥିଲେ । ଏଥିରେ ବିଡିଓ କର୍ଣ୍ଣଦେବ ସମାଦ୍ଧାର, ଏବିଡିଓ ସୁଶାନ୍ତ କୁମାର ରଣା, ସହକାରୀ ଯନ୍ତ୍ରୀ ପ୍ରଫୁଲ୍ଲ କୁମାର ସାହୁ, ଗ୍ରାମ ପଂଚାୟତ ଅଧିକାରୀ ଜନ୍ମେଜୟ ରାଉତ,ସହକାରୀ ଯନ୍ତ୍ରୀ ସତ୍ୟରଂଜନ ପଣ୍ଡା, ପ୍ରଭାତୀ ପରିଡା ପ୍ରମୁଖ ଯୋଗଦେଇଥିଲେ । ସେହିପରି ଭାବେ ନିଶ୍ଚିନ୍ତକୋଇଲି ତହସିଲ କାର୍ଯ୍ୟାଳୟରେ ଭାରପ୍ରାପ୍ତ ତହସିଲଦାର କର୍ଣ୍ଣଦେବ ସମାଦ୍ଧାର ପତାକା ଉେ ।ଳନ କରିଥିଲା ବେଳେ ତହସିଲର କର୍ମଚାରୀ ଉପସ୍ଥିତ ଥିଲେ । ମଣ୍ଡଳ ଶିକ୍ଷାଧିକାରୀ କାର୍ଯ୍ୟାଳୟରେ ବିଇଓ ଲକ୍ଷେହୀରା ଲାବଣ୍ୟବତୀ ବେହେରା ପତାକା ଉତ୍ତୋଳନ କରିଥିଲେ । ଥାନାରେ ଆଇଆଇସି ଚିନ୍ମୟୀ ସାହୁ ପତାକା ଉେ ।ଳନ କରିଥିବା ବେଳେ ପ୍ରାଣୀ ଚିକିତ୍ସା କାର୍ଯ୍ୟାଳୟରେ ଡାକ୍ତର ତନ୍ମୟ କିଶୋର ମହାନ୍ତି, ବିଦୁ୍ୟତ ଉପଖଣ୍ଡ କାର୍ଯ୍ୟାଳୟରେ ସହକାରୀ ଯନ୍ତ୍ରୀ ମାନସ ରଂଜନ ମହାନ୍ତି ଓ ସେକ୍ସନ କାର୍ଯ୍ୟାଳୟରେ କନିଷ୍ଠ ଯନ୍ତ୍ରୀ ପ୍ରଭାତ କୁମାର ସାହୁ ପତାକା ଉତ୍ତୋଳନ କରିଥିଲେ । ‘ନିର୍ବାଣ’ ସ୍ୱେଚ୍ଛାସେବୀ ସଂଗଠନରେ ଉପଦେଷ୍ଟା ଡ. ଦୁର୍ଗାଚରଣ ନାୟକ ପତାକା ଉେ ।ଳନ କରିଥିଲା ବେଳେ ଅନୁଷ୍ଠାନର ସଭାପତି ଚି ରଂଜନ ନାୟକ, ଉପସଭାପତି ନିରଞ୍ଜନ ବସ୍ତିଆ, ଗୋଚିକିତ୍ସକ ଅଶୋକ କୁମାର ବେହେରା, ସଂପାଦକ ପ୍ରକାଶ ଚନ୍ଦ୍ର ରାଉଳ, ମାନଗୋବିନ୍ଦ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ । ଅପରପକ୍ଷରେ ଏହି ଅଂଚଳରେ ରହିଥିବା ସମସ୍ତ ଶିକ୍ଷାନୁଷ୍ଠାନ ,ବେସରକାରୀ ଅନୁଷ୍ଠାନ ଆଦି ବିଭିନ୍ନ ସ୍ଥାନରେ ୭୩ତମ ସାଧାରଣତନ୍ତ୍ର ଦିବସ ଶାନ୍ତିଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଯାଇଛି ।
Sign in
Sign in
Recover your password.
A password will be e-mailed to you.