“ଫାଟ ସୃଷ୍ଟି କରି ଜିତିବାର ବାଟ ଖୋଜୁଛନ୍ତି ଅସହାୟ ବିରୋଧୀ”

0

ବରଗଡ(ଶାସକ ପ୍ରଶାସକ)- ପଞ୍ଚାୟତ ବିଗୁଲ ବାଜିଲା ପରେ ସରଗରମ ହୋଇଛି ରାଜନୀତି । ବରଗଡ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀ ବିଜୁଜନତାଦଳ ର ଲୋକପ୍ରିୟତା ରେ ଭୟଭିତ ହୋଇ ବିଜେପି ତଥା ବିଜେପି ନେତାଏ ଛାନିଆ ହୋଇ ପଦ୍ମପୁର ବିଜେଡିରେ ଫାଟ ସୃଷ୍ଟି କରି ପଞ୍ଚାୟତ ନିର୍ବାଚନ ରେ ସଫଳ ହେବାର ପ୍ରୟାସ ଜାରି ରଖିଥିବା ଦେଖିବାକୁ ମିଲୁଛି । ବରଗଡ ଜିଲ୍ଲା ବିଜୁ ଜନତା ଦଳ ର ଜିଲ୍ଲା ସଭାପତି ତଥା ପଦ୍ମପୁର ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ଓ ଭୁବନେଶ୍ବର ବିଏମସି ଅଧିକାରୀ ତଥା ଟାଲ ଗ୍ରାମ ର ମହେନ୍ଦ୍ର ବଢେଇଙ୍କ ମଧ୍ୟ ରେ ମିଥ୍ୟା ପ୍ରଚାର କରି ରାଜନୈତିକ ଫାଇଦା ନେବାକୁ ଚେଷ୍ଟା କରୁଛନ୍ତି। ଏ ପ୍ରକାରର ଅପପ୍ରଚାର ବିଜେପି ର ଭୟର କାରଣ କ’ଣ ହୋଇଥାଇପାରେ ବୋଲି ବିଜେଡି ମହଲରେ ଓ ତଥ୍ୟାଭିଜ୍ଞ ମହଲରେ ଚର୍ଚା ହେଉଛି । ପ୍ରଶାସନିକ ଅଧିକାରୀ ମହେନ୍ଦ୍ର ବଢେଇ ପଦ୍ମପୁର ନିର୍ବାଚନ ମଣ୍ଡଳୀ ତଥା ନିଜର ଜନ୍ମମାଟିରେ ସେବା ମନୋବୃତ୍ତି ନେଇ ବିଭିନ୍ନ ସମୟ ରେ ବିଭିନ୍ନ ସ୍ଥଳରେ ସେବା, ଗରିବ ମେଧାବୀ ଛାତ୍ର ଛାତ୍ରୀ ଙ୍କୁ ପାଠ ପଢ଼ିବାକୁ ସାହାଯ୍ୟ କରୁଥିବା ବେଳେ, ସେଥିରେ ବିଜେପି ଭୟରେ ରାଜନୈତିକ ରୋଟି ସେକିବାରେ ବ୍ୟସ୍ତ ଭଳି ମନେ ହୁଏ। ମହେନ୍ଦ୍ର ବଢେଇ କିପରି ପଦ୍ମପୁର ନିର୍ବାଚନ ମଣ୍ଡଳୀ କୁ ନ ଆସି ଲୋକଙ୍କୁ ସାହାଯ୍ୟ ସେବା ନ କରିବେ ସେ ପ୍ରତି ନଜର ରଖି ଯୋଜନା କରୁଛି ବିଜେପି। ଏହି କୁଚକ୍ରକୁ ପଦ୍ମପୁର ନିର୍ବାଚନ ମଣ୍ଡଳୀ ବିଜୁଜନତାଦଳ ତରଫରୁ ତଥା ଅଞ୍ଚଳ ର ବୁଦ୍ଧିଜୀବୀ ଙ୍କ ମହଲରେ ଘୋର ନିନ୍ଦା କରାଯାଉଛି। ବିଜେଡି ନେତାଙ୍କ ଭିତରେ ଫାଟ ସୃଷ୍ଟି କରି ଜିତିବାର ବାଟ ଅସହାୟ ବିରୋଧୀ ଖୋଜୁଛନ୍ତି | ହେଲେ ପଦ୍ମପୁରବାସୀ ଏ ପ୍ରକାର ଚାଲକୁ ଠିକ ବୁଝିଛନ୍ତି ବୋଲି ବିଜେଡି ପକ୍ଷରୁ କୁହାଯାଇଛି |

Leave A Reply

Your email address will not be published.