ପଦ୍ମପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ ଏବଂ ସବରେଜିଷ୍ଟାର କାର୍ଯ୍ୟାଳୟରେ ତାଲା ଦେଲେ ପଦ୍ମପୁର ଓକିଲ ସଂଘ ।

0 2

ପଦ୍ମପୁର (ଶାସକପ୍ରଶାସକ)-ପଦ୍ମପୁର ଓକିଲ ସଂଘର ସଭାପତି ଗୌନ୍ତିଆ କୁମାର ସାହୁ ଙ୍କ ସଭାପତିତ୍ବରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା, ପଦ୍ମପୁର ଉପଖଣ୍ଡ ଏକ ବଡ଼ ଉପଖଣ୍ଡ ହେବା ସତ୍ତ୍ୱେ ବିଭିନ୍ନ ଅଫିସିଆଲ୍ ପଦପଦବୀ ଖାଲି ରହିଛି । ପଦ୍ମପୁର ଉପଜିଲ୍ଲାପାଳଙ୍କ କୋର୍ଟରେ ଗତ ଦଶନ୍ଧି ରୁ କୌଣସି କୋର୍ଟ କାମ ହେଉନଥିବାରୁ କେସ୍ ଗୁଡ଼ିକ ପଡ଼ି ରହୁଛି ଯଦ୍ୱାରା ସାଧାରଣ ଜନତା ନାହିଁ ନଥିବାର ଅସୁବିଧା ଭୋଗିବା ସହ ବ୍ୟାପକ ଭାବରେ ହଇରାଣ ହେଉଛନ୍ତି । ପୁନଶ୍ଚ ପଦ୍ମପୁର ତହସିଲ କୋର୍ଟରେ ଅତିରିକ୍ତ ତହସିଲଦାର ସରିତା ଗୁପ୍ତା ଙ୍କ ମନମୁଖୀ କାର୍ଯ୍ୟକଳାପ ଓ ଓକିଲ ଏବଂ ଜନସାଧାରଣଙ୍କ ପ୍ରତି ଦୁର୍ବବ୍ୟବହାର କୁ ନେଇ ଓକିଲ ସଂଘର ସଦସ୍ୟ ମାନେ କ୍ଷୋଭ ପ୍ରକାଶ କରିଥିଲେ, ଆହୁରି ମଧ୍ୟ ପଦ୍ମପୁର ସବ୍ ରେଜିଷ୍ଟ୍ରାର ଅଫିସରେ ବ୍ୟାପକ ମାତ୍ରାରେ ଲାଞ୍ଚ କାରବାର ହେଉଥିବାରୁ, ମୁଖ୍ୟତଃ କିରାଣୀ ଦେବାଶିଷ ଦାଶ ଏବଂ ରମେଶ ପାଣିଗ୍ରାହୀଙ୍କ କାର୍ଯ୍ୟକଳାପକୁ ନେଇ ସଦସ୍ୟମାନେ ଅସନ୍ତୋଷ ପ୍ରକାଶ କରିବା ସହ ନିନ୍ଦା ପ୍ରକାଶ କରିଥିଲେ, ଏହି ଦୁର୍ନୀତିଗ୍ରସ୍ତ କର୍ମଚାରୀମାନଙ୍କ ବିରୁଦ୍ଧରେ ତଦନ୍ତ କରି ଯଥାଶୀଘ୍ର ପଦ୍ମପୁର ରୁ ବଦଳି କରିବାକୁ ଓକିଲ ସଂଘର ସଦସ୍ୟ ମାନେ ଦାବି କରିଥିଲେ ।

 ଏ ସମସ୍ତ ସମସ୍ୟାର ସମାଧାନ ପାଇଁ ଓକିଲ ସଂଘର ସଦସ୍ୟ ମାନେ ଉପରିସ୍ଥ ଅଧିକାରୀଙ୍କୁ ବାରମ୍ବାର ଜଣାଇବା ସତ୍ତ୍ୱେ କୌଣସି ସମାଧାନ ନହେବା ତଥା କୌଣସି ସୁଧାର ନହେବାରୁ ଓକିଲ ସଂଘ ଏହି ଅଫିସ୍ ଗୁଡ଼ିକ ତାଲା ପକାଇବାକୁ ବାଧ୍ୟ ହେଇଛି, ଯେତେଦିନ ପର୍ଯ୍ୟନ୍ତ ଜିଲ୍ଲାପାଳ ନିଜେ ଆସି ସମାଧାନ କରିବା ପାଇଁ ପ୍ରୟାସ ନ କରିଛନ୍ତି ସେତେଦିନ ପର୍ଯ୍ୟନ୍ତ ଏ ତାଲାବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି ଓକିଲ ସଂଘ ଜଣାଇଛି, ଏ ତାଲାବନ୍ଦ ଆନ୍ଦୋଳନ ରେ ଓକିଲ ସଂଘର ସଭାପତି ଗୌନ୍ତିଆ କୁମାର ସାହୁ, ଉପସଭାପତି ସୁନିଲ୍ କୁମାର୍ ପାଣିଗ୍ରାହୀ, ସଂପାଦକ ପ୍ରଶାନ୍ତ କୁମାର ମାଝି, ବରିଷ୍ଠ ଓକିଲ ରାଧାବଲ୍ଲଭ ପାଣିଗ୍ରାହୀ, ଆନନ୍ଦ କୁମାର ପଣ୍ଡା, କିଶୋର କୁମାର ମେହେର, ବିଭୁତି ଭୁଷଣ ଦାଶ,ଉମେଶ ଚନ୍ଦ୍ର ସାହୁ,ଅଜିତ ଶତପଥୀ ପ୍ରମୁଖ ତଥା ସଂଘର ସମସ୍ତ ସଦସ୍ୟ ସାମିଲ ହୋଇଥିଲେ ।

Leave A Reply

Your email address will not be published.