ଅସ୍ତରଙ୍ଗ(ଦୁଃଶାସନ ନାୟକ) : ପୁରୀଜିଲ୍ଲା ଅସ୍ତରଙ୍ଗ ବ୍ଲକର ବିଭିନ୍ନ ସ୍ଥାନରେ 73ତମ ଗଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଅଛି । ଏହି ଉପଲକ୍ଷେ ଅସ୍ତରଙ୍ଗ ତହସିଲ କାର୍ଯ୍ୟାଳୟଠାରେ ତହସିଲଦାର ରାଜଲଷ୍ମୀ ନାୟକ ପତାକା ଉତୋଳନ କରିଥିବାବେଳେ ଥାନାଠାରେ ବାମଦେଵ ନନ୍ଦ, ଅସ୍ତରଙ୍ଗ ପ୍ରେସ କ୍ଲବ ଠାରେ ସଭାପତି ପ୍ରଶାନ୍ତ କୁମାର ବାରିକ, କଂଗ୍ରେସ କାର୍ଯ୍ୟାଳୟରେ ବ୍ଲକ ସଭାପତି ବାଉରିବନ୍ଧୁ ମହାନ୍ତି, ଡାକ୍ତରଖାନାରେ ଡକ୍ଟର ସଞ୍ଜୟ ପ୍ରଧାନ, ଆର ଆଇ ଅଫିସରେ ସସ୍ମିତା ନାୟକ, ଗଣପତି କ୍ଳବରେ ଦୁଃଶାସନ ପରିଡା ଆଦି ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସେହିପରି ଲକ୍ଷ୍ମୀ କ୍ଳବ, ସବୁଜଶାଖା, ବି ଜେ ଡି ପାର୍ଟି ଠାରେ ମଧ୍ୟ କୋଭିଡ କଟକଣା ଅନୁଯାଇ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଅଛି ।
Sign in
Sign in
Recover your password.
A password will be e-mailed to you.