ବଡ଼ଚଣାରେ ସାଧାରଣତନ୍ତ୍ର ଦିବସ ପାଳନ

0

ବଡ଼ଚଣାରୁ ପ୍ରଫୁଲ୍ଲ କୁମାର ସାହୁ : ଚଣ୍ଡିଖୋଲ ସ୍ଥିତ ସମାଜ ବିକାଶ କର୍ମଜୀବୀ  ଶ୍ରମିକ ସଂଘ ଓ ଜିଲ୍ଲା ସମନ୍ୱୟ  କମିଟି ତରଫରୁ  ଚଣ୍ଡିଖୋଲଠାରେ ସାଧାରଣ ତନ୍ତ୍ର ଦିବସ ପାଳିତ ହୋଇଯାଇଛି |  ଏଥିରେ ମୁଖ୍ୟ ଅତିଥି ଭାବେ ଶିକ୍ଷକ ନେତା  କମ୍ରେଡ ଜଚିନ୍ଦ୍ର୍ ଜେନା ପତାକା ଉତ୍ତୋଳନ କରିଥିଲେ | ଏହାପରେ ଜାତୀୟ ସଂଗୀତ ଗାନ କରାଯାଇଥିଲା | ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମନ୍ୱୟ କମିଟିର ,ସମ୍ପାଦକ ରମେଶ ଜେନା ,ରାଜ୍ୟ ଅଣ ସଂଗଠିତ ଶ୍ରମିକ ସଙ୍ଘ ସମନ୍ୱୟ କମିଟି ସଭାପତି ଶ୍ରୀଯୁକ୍ତ ନୃସିଂହ  ମିଶ୍ର ,ଶାସକ ପ୍ରଶାସକ ବଡ଼ଚଣା ପ୍ରତିନିଧି  ପ୍ରଫୁଲ୍ଲ କୁମାର ସାହୁ, ସସ୍ମିତା ନାୟକ,  ଦିଲ୍ଲୀପ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ |

ବନ୍ଦାଳ ସ୍ଥିତ ଯୁବ  ତାଲିମ କେନ୍ଦ୍ରରେ ଓଡିଶା ଦଳିତ ଅଧିକାର ମଞ୍ଚ ପକ୍ଷରୁ ଆୟୋଜିତ ସାଧାରଣତନ୍ତ୍ର ଦିବସ ପାଳନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ହରେକୃଷ୍ଣ ମଲିକ ପତାକା ଉତ୍ତୋଳନ  କରିଥିଲେ | ଏହି କାର୍ଯ୍ୟକ୍ରମରେ ଓଡିଶା ଦଳିତ ଅଧିକାର ମଞ୍ଚର  ରାଜ୍ୟ ସଂଯୋଜକ ପ୍ରଶାନ୍ତ ମଲିକ,  ରାଜେଶ ଜେନା ଓ  ସୁଜାତା ନାୟକ ପ୍ରମୁଖ ଯୋଗ ଦେଇଥିଲେ | 

Leave A Reply

Your email address will not be published.