ସିମୁଳିଆ( ଅକ୍ଷୟ କୁମାର ଜେନା): ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ମଇତାପୁର ହସ୍ପିଟାଲରେ ତେସ୍ତରି ତମ ସାଧାରଣ ତନ୍ତ୍ର ଦିବସ ପାଳିତ ହେଇ ଯାଇଛି। କୋଭିଡ୍ ନିୟମ କୁ ଆଖି ଆଗରେ ରଖି ଏହା ପାଳିତ ହୋଇଥିଲା। ଦୀର୍ଘ ଦିନ ଧରି ଏହି ବେସରକାରୀ ହସ୍ପିଟାଲଟି ସେବା ଯୋଗାଇ ଆସୁଥିବା ବେଳେ ଜଣେ ବଦାନ୍ୟ ବ୍ୟକ୍ତି ଏ ଅଞ୍ଚଳ ର ବିଷ୍ଣୁ ମୋହନ ମହାନ୍ତିଙ୍କ ଦାନ କ୍ରମେ ଏହା ସୂଚାରୁ ରୂପେ ଚାଲି ଆସୁଥିବା ବେଳେ ଆଜି ତାଙ୍କ ପୁତ୍ର ମିଲନ ମହାନ୍ତି ଏହି ସମାରୋହ ରେ ମୁଖ୍ୟ ଅତିଥି ଭାବେ ପତାକା ଉତ୍ତୋଳନ କରି ନିଜ ବକ୍ତବ୍ୟ ଦେଇଥିଲେ। ଆଗାମୀ ଦିନରେ ସରକାର ଙ୍କ ଦୁଷ୍ଟି ଗୋଚର ଏକାନ୍ତ ଆବଶ୍ୟକ ବୋଲି ସମସ୍ତ ଙ୍କୁ ନିବେଦନ କରିଥିଲେ। ତାପରେ ବି ନିଜ ପାରିବା ପର୍ଯ୍ୟନ୍ତ ହସ୍ପିଟାଲଟିକୁ ଆଗେଇ ନେବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ବାପାଙ୍କ ଆଦର୍ଶ ରେ ଅନୁପ୍ରାଣିତ ଏହି ସୁଯୋଗ୍ୟ ସନ୍ତାନଙ୍କଠୁଁ ଅଞ୍ଚଳବାସୀ ଅନେକ କିଛି ଆଶା କରନ୍ତି | ତତସହ ହସ୍ପିଟାଲର କମିଟି ମେମ୍ବର, ଷ୍ଟାଫ ଉପସ୍ଥିତ ରହି ଜାତୀୟ ସଙ୍ଗୀତ ଗାନ କରିଥିଲେ। ପରିଶେଷରେ କୁନି କୁନି ପିଲମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.
Next Post