ଅଭିନବ ଉପାୟରେ ବେଧଡକ ଭାବେ ଚାଲିଛି ନିଶା ବେପାର

0

ରବି ନାରାୟଣ ସାହୁ ଙ୍କ ରିପୋର୍ଟ(ଖୋର୍ଦ୍ଧା)–ଅଭିନବ ଉପାୟରେ ଖୋର୍ଦ୍ଧା ସହର ଓ ଆଖପାଖି ଅଞ୍ଚଳରେ ଦିନକୁ ଦିନ ନିଶା ବେପାର ବଢ଼ିବାରେ ଲାଗିଛି । ଆଜି କଟକ ସ୍ପେଶାଲ ସ୍କ୍ୱାର୍ଡ କୌଣସି ସୂତ୍ରରୁ ଖବର ପାଇ ଖୋର୍ଦ୍ଧା ପଶୁ ଡାକ୍ତରଖାନା ଛକ ନିକଟରେ ଏକ ପରିବା ଦୋକାନ ରେ ଚଢ଼ାଉ କରିଥିଲେ ।ରାଜେନ୍ଦ୍ର ପୃଷ୍ଟି(୪୫)ନାମକ ବେକ୍ତିଙ୍କ ନିକଟରୁ ୨୭୫ଗ୍ରାମ ଧଳା ଜହର ଜବତ କରିଛି।ଯାହାର ମୂଲ୍ୟ ଆନୁମାନିକ୨୦ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି।ଚିନ୍ତାର ବିଷୟ ଖୋର୍ଦ୍ଧା ସହର ମେନ ରୋଡ଼ ସାଇଟ ରେ ଧଳା ଜହର ବେପାର ଚାଲି ଥିବା ବେଳେ ପୋଲିସ ବିଭାଗ ଓ ଅବକାରୀ ବିଭାଗ କର୍ତ୍ତୃପକ୍ଷ ଙ୍କ ନଜର କୁ ଅସୁନଥିଲା କେମିତି ସାଧାରଣ ରେ ପ୍ରଶ୍ନ ବାଚି ସୃଷ୍ଟି କରିଛି।ଅଧିକ ତଥ୍ୟ ମିଳିବା ପାଇଁ ଆସାମୀ କୁ ସ୍ପେଶାଲ ସ୍କ୍ୱାର୍ଡ କଟକ ନେଇଯାଇଛନ୍ତି।

Leave A Reply

Your email address will not be published.