ଭଂଜନଗର/ ନିଲୁ ବିଷୋୟୀ: ଭଞ୍ଜନଗର ଉପଖଣ୍ଡ ସ୍ତରୀୟ ଜାତୀୟ ଭୋଟର ଦିବସ ପାଳିତ ହୋଇଛି ଯାଇଛି। ଭଞ୍ଜନଗର ଉପଜିଲ୍ଲାପାଳ ଙ୍କ କାର୍ଯଳୟ ପରିସରରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ବିଚାରପତି ଡ଼.ଅରୁଣ କୁମାର ସାହୁ ଯୋଗ ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ସୁଭ୍ରାଂଶୁ ଶେଖର ମିଶ୍ର ,ତହସିଲଦାର ଆଲୋକ କୁମାର ପ୍ରଧାନ,ବିଡ଼ିଓ ଅନିଲ କୁମାର ସେଠୀ,ଆଞ୍ଚଳିକ ପରିବହନ ଅଧିକାରୀ ଭାଗିରଥି ନାୟକ,ରମେଶ ଚନ୍ଦ୍ର ସ୍ବାଇଁ,ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ।
ଭୋଟ ଓ ଭୋଟର ଙ୍କ ମୂଲ୍ୟ ଵିଧି ଉପରେ ଆଲୋକପାତ କରାଯାଇଥିଲା।ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ରେ କିପରି ଭୋଟର ମାନେ ନିଜର ଭୋଟ ଅଧିକାର କୁ ଠିକ ଭାବେ ସାବ୍ୟସ୍ତ କରିବେ ଏଥିପାଇଁ ବିଭିନ୍ନ ଉପାୟ ରେ ସଚେତନତା କରାଯାଇଛି। ଆଗାମୀ ନିବାଚନ ରେ ଅଧିକ ଭୋଟର ମତଦାନ ପାଇଁ ଆଶା ପୋଷଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.