ଫୁଲବାଣୀ: କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ସହରରେ ଅବସ୍ଥିତ ସର୍ବ ପୁରାତନ ଓ ପ୍ରସିଦ୍ଧ ହନୁମାନ ମନ୍ଦିର କମିଟି ର ସଭାପତି ଭାବରେ ବରିଷ୍ଠ ସାମ୍ବାଦିକ ତଥା ଯୁବ ସମାଜସେବୀ ଶ୍ରୀଯୁକ୍ତ ରାଧାମୋହନ ମହାପାତ୍ର ଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଛି। ସେହିଭଳି ସଂପାଦକ ଭାବେ ଟୁକୁନ୍ଧର ସେଠି ସହ ସଂପାଦିକା ଭାବେ ନୟନା ବଗର୍ତ୍ତି କୋଷାଧ୍ୟକ୍ଷ ଭାବେ ରାମ ସିଂ ବଗର୍ତ୍ତି ଙ୍କୁ ଚୟନ କରାଯାଇଛି। କାର୍ଯ୍ୟକାରୀ ସଦସ୍ୟ ଭାବରେ ସନ୍ତୋଷ କୁମାର ସାହୁ, ପ୍ରଦୀପ କୁମାର ପଟ୍ଟନାୟକ, ବିରୁପାକ୍ଷ ପ୍ରଧାନ, ରଞ୍ଜିତ କୁମାର ବଗର୍ତ୍ତୀ, ଏବଂ ମହିଳା ସଦସ୍ୟା ଭାବରେ ଆରତୀ ବଗର୍ତ୍ତୀ,ନଳିନୀ ବେହେରା,ଆତ୍ୟା ସୁଲତାନା, ମିନତି କଟା,କୁନି ବଗର୍ତ୍ତୀ। ଉପଦେଷ୍ଟା ଭାବେ ଶ୍ରୀଯୁକ୍ତ ଦୟାନିଧି ରାୟ ମନୋନୀତ କରାଯାଇଛି। ନୂତନ କମିଟି ପ୍ରତି ମାସରେ ମନ୍ଦିର ପରିଚାଳନା ପାଇଁ ବୈଠକ କରିବେ ଓ ମନ୍ଦିର ଉନ୍ନତି ପାଇଁ କାର୍ଯ୍ୟ ଆରମ୍ଭ କରିବାକୁ ନିଷ୍ପତି ହୋଇଛି। ସଭାପତି ଭାବରେ ଶ୍ରୀଯୁକ୍ତ ମହାପାତ୍ର ଦାୟିତ୍ଵ ଗ୍ରହଣ କରିବା ପରେ ହନୁମାନ ମନ୍ଦିର ର ସର୍ବାଙ୍ଗିନ ଉନ୍ନତି ପାଇଁ କାମ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି। ନୂତନ କର୍ମକର୍ତ୍ତା ଙ୍କୁ ସବୁଆଡୁ ଅଭିନନ୍ଦନ ର ସୁଅ ଛୁଟିଛି।
Sign in
Sign in
Recover your password.
A password will be e-mailed to you.