ସମାଜର ଦୃଷ୍ଟି ପରିବର୍ତନ ହେଲେ ଶିଶୁ କନ୍ୟାଙ୍କ ସୁରକ୍ଷା ର ବାତାବରଣ ସୃଷ୍ଟି ହୋଇପାରିବ

0

ଗୁଣପୁର ରୁ ସନ୍ତୋଷ କୁମାର ଚୌଧୁରୀ-ସ୍ଥାନୀୟ ଜିଆଇଇଟି ବିଶ୍ୱବିଦ୍ୟାଳୟ ର ଜାତୀୟ ସେବା ଯୋଜନ ପକ୍ଷରୁ ଆଜି ଆଜାଦି କା ଅମୃତ ମହୋତ୍ସବ ପାଳିତ ଅବସରରେ ଜାତୀୟ ଶିଶୁ କନ୍ୟା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବିଶ୍ଵ ବିଦ୍ୟାଳୟର ଡିନ ଏକାଡେମିସ ଡ଼.ଏ ଭି. ଏନ.ଏଲ ଶର୍ମା, ଡେପୁଟି ରେଜିଷ୍ଟ୍ରାର ଶିବ ପ୍ରସାଦ ତ୍ରିପାଠୀ,ପରୀକ୍ଷା ନିରୀକ୍ଷକ ଡ଼. ପି. ବିଜୟ କୁମାର ପ୍ରମୁଖ ଯୋଗ ଦେଇ ଶିଶୁ କନ୍ୟାଙ୍କ ଅଧିକାର ,ସୁଵିଧା ଓ ଯୋଜନା ନିମନ୍ତେ ଜନ ସଚେତନତା
ଆବଶ୍ୟକତା ରହିଥିବା କହିବା ସହ କେନ୍ଦ୍ର ସରକାର ଙ୍କ ବାଲ୍ୟ ବିବାହ ନିରୋଧକ ଆଇନ, ଭୃଣ ହତ୍ୟା ନିରୋଧକ ଆଇନ, ଲିଙ୍ଗ ନିରୂପଣ ନିରୋଧ ଆଇନ ଭଳି ଅନେକ ନିୟମ ଓ ତତସମ୍ପର୍କୟ ସମନ୍ୱିତ ଶିଶୁ ସୁରକ୍ଷା ଓ ଶିଶୁ ବିଭାଗ ଭଳି ଅନେକ ଯୋଜନା ରହି ଥିବା ବେଳେ ମଧ୍ୟ ଦେଶରେ କନ୍ୟା ମାନଙ୍କୁ ପ୍ରତି ଅତ୍ୟାଚାର ବୃଦ୍ଧି ଲାଗିଛି ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମ କୁ ଅଧ୍ୟାପିକା ସୁମନ ମିଶ୍ର, ପ୍ରତିଭା କର,ଜାତୀୟ ସେବା ଯୋଜନାର ଆବାହକ ଡ଼.ପ୍ରେମାନସୁ ଶେଖର ରଥ ,ଡ଼ଃ ଜ୍ୟୋତିମୟ ମିଶ୍ର,ପ୍ରଫେସର ଦେବାଶିଷ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।ଏଥିରେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା,କର୍ମଚାରୀ ଉପସ୍ଥିତ ଥିଲେ।

 

Leave A Reply

Your email address will not be published.