ନାବାଳିକାକୁ ଦୁଷ୍କର୍ମ : ଅଭିଯୁକ୍ତଙ୍କୁ ଯୁବକକୁ ସଶ୍ରମ କାରାଦଣ୍ଡ ସମେତ  ଜୋରିମାନା

0

 

ବାରିପଦା(ଦିଲ୍ଲୀପ ମହାନ୍ତି )-ବାରିପଦା ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ -୧ କମ ପ୍ରିଜାଇଡ଼ିଂ ଅଫିସର ଚିଲଡ୍ରେନ କୋର୍ଟ ଜଜ୍ ସମର ବିଳାଶ ବେହେରା ଆଜି ଶୁକ୍ରବାର  ଏକ ନାବାଳିକା ଦୁଷ୍କର୍ମ ମାମଲାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିବାକୁ ଯାଇ ଅଭିଯୁକ୍ତ ଯୁବକ ମୟୁରଭଞ ଜିଲା କୁଳିଅଣା ଥାନା ଜୁଆଳିରମା ଗ୍ରାମର ପୂନ୍ନଚନ୍ଦ୍ର ନାୟକ ଙ୍କ ପୁଅ ଭାଗବତ ନାୟକ (୨୯) କୁ ଦୋଷୀ ସାବ୍ୟସ୍ତ କରାଇବା ସଂଗେସଂଗେ ଭାରତୀୟ ପିଙ୍ଗଳ କୋର୍ଡ ଧାରା ୪ ପୋକ୍ସୋ ଆକ୍ଟ ଅନୁସାରେ ୭ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୫ ହଜାର ଟଙ୍କା ଅର୍ଥଦଣ୍ଡରେ ଦଣ୍ଡିତ କରାଇଛନ୍ତି । ଏଥି ସହିତ ଜୋରିମାନା ଅର୍ଥ ଅନାଦେୟ ହେଲେ ଅତିରିକ୍ତ ୬ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ହେବ ବୋଲି ରାୟରେ ଦର୍ଶାଇଛନ୍ତି । ସେହିପରି ଧାରା ୪୫୨ ଅନୁସାରେ ଏକ ବର୍ଷ ସଶ୍ରମ କାରାଦଣ୍ଡ ଓ ୫୦୦୦ ଟଙ୍କା ଜୋରିମାନା ଅନାଦେୟ ଅଧିକ ୨ ମାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏ ସମସ୍ତ କାରାଦଣ୍ଡ ଏକକାଳୀନ ଲାଗୁ କରିବାପାଇଁ ରାୟରେ ଦର୍ଶାଯାଇଅଛି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ଗତ ୨୦୧୨ ଅଗଷ୍ଟ ମାସ ୨୨ ତାରିଖ ଅପରାହ୍ନ ୩ ଟା ସମୟରେ ଘରଲୋକ ସମସ୍ତେ ବିଲକୁ କାମ କରିବାପାଇଁ  ଯାଇଥିବା ସମୟରେ  ଜନୈକ ନାବାଳିକା (୧୬) ଘରେ ଏକାକୀ ଥିବାର ସୁଯୋଗ ନେଇ ଅଭିଯୁକ୍ତ ଯୁବକ ଭାଗବତ ନାୟକ ନାବାଳିକାଙ୍କୁ  ଜୋଜବରଦସ୍ତ ଦୁଷ୍କର୍ମ କରିଥିଲା । ଏବଂ ଏ କଥା କାହାରିକୁ ନ କହିବାପାଇଁ ନାବାଳିକାକୁ ଧମକ ଦେଇ କହିଥିଲା । ପରେ ପୁଣି ବାହାହେବାର ପ୍ରତିଶୃତିଦେଇ ସଂପୃକ୍ତ ନାବାଳିକାକୁ ବାରମ୍ବାର ଦୁଷ୍କର୍ମ କରିଥିଲା । ଫଳରେ ନାବାଳିକା ଜଣକ ପାଞ୍ଚମାସର ଗର୍ଭବତୀ ହୋଇଥିଲା । ଏ ବାବଦରେ  ସମାଧାନ ପାଇଁ ଗ୍ରାମରେ ୨୦୧୩ ମେ ମାସ ୧୫ ତାରିଖ ଏକ ସଭା ବସିଥିଲା ।ମାତ୍ର ଏହାର ସମାଧାନ ନ ହେଇପାରିବାରୁ ନାବାଳିକା ର ଅଭିଯୋଗକ୍ରମେ ଥାନାରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ଆଜି ଉକ୍ତ ମାମଲାରେ ରହିଥିବା ୧୩ ଜଣ ସାକ୍ଷୀମାନଙ୍କର ବୟାନ ଓ ସମସ୍ତ ପ୍ରମାଣପତ୍ରକୁ ଭିତ୍ତିି କରି ମାନ୍ୟବର ଅଦାଲତ ପକ୍ଷରୁ ଚୁଡ଼ାନ୍ତ ରାୟ ପ୍ରକାଶ ପାଇଥିଲା । ମୋକର୍ଦ୍ଧମାକୁ ସରକାରୀ ଓକିଲ ଅଭିନ୍ନ ସୁନ୍ଦର ପଟ୍ଟନାୟକ ପରିଚାଳନା କରିଥିଲେ । 

Leave A Reply

Your email address will not be published.