ଟଙ୍କା ପାଇଁ ବୋହୂକୁ ହତ୍ୟା

0

ଜଗତସିଂହପୁର / ସୁମନ୍ତ କୁମାର ଦାସ : ଟଙ୍କା ପାଇଁ ବୋହୂକୁ ମାରିଦେଲେ ଶାଶୁଘର ପରିବାର, ଅଭିଯୋଗ ହୋଇଛି ଏରସମା ଥାନାରେ। ସୂଚନା ଅନୁଯାୟୀ ୨୨/୦୫/୨୦୧୩ ମସିହାରେ କୁଜଙ୍ଗ ବ୍ଲକ୍ ଅନ୍ତର୍ଗତ ଖରିଗୋଠ ରଘୁନାଥ ପୁର ପଡ଼ାର ଅଧିବାସୀ ସ୍ରିଧର ପ୍ରଧାନ ତାଙ୍କ ବଡ଼ ଝିଅ ରଞ୍ଜିତା ପ୍ରଧାନଙ୍କୁ ଏରସମା ଥାନ ଭିତର ଅନ୍ଧାରୀ ପଞ୍ଚାୟତର ଜଳଉ ଗ୍ରାମର ବିର କିଶୋରଙ୍କ ପୁଅ ଜ୍ୟୋତିରଞ୍ଜନ ଦାସଙ୍କ ସହ ବୈଦିକ ରୀତିନୀତି ରେ ବିଭାଘର କରାଇଥିଲେ। ବିଭାଘର ର ରେ ଧାର୍ଯ୍ୟ ମୁତାବକ ସମସ୍ତ ଯୌତୁକ ମଧ୍ୟ ଦେଇଥିଲେ ।କିନ୍ତୁ ବାହାଘର ଦିନ ଠାରୁ ରଞ୍ଜିତା ପ୍ରଧାନ ଙ୍କ ଶାଶୁଘର ଲୋକ ଟଙ୍କା ମାଗିବା ସହ ଅନେକ ନିର୍ଯ୍ୟାତନା ଦେଉଥିଲେ। ରଂଜିତାଙ୍କ ଶଶୁର ଟଙ୍କା ପାଇଁ ତାଙ୍କୁ ଦୀର୍ଘ ୪ ବର୍ଷ ଘରୁ ବାହାର କରିଦେଇଥିଲେ। ରଞ୍ଜିତା ଏବଂ ତାଙ୍କ ସ୍ଵାମୀ ଜ୍ୟୋତିରଞ୍ଜନ ପ୍ରଥମ ଅନେକ ବର୍ଷ ନିଜ ବାପା ଘରେ ପରେ ଘର ଭଡ଼ା ନେଇ ରହୁଥିଲେ।ଏହାରି ଭିତରେ ଜ୍ୟୋତି ରଞ୍ଜନ ଅନେକ ଥର ମଦ ପିଇ ମରାମରି କରୁଥିଲେ। ତେବେ କିଛି ମାସ ପୂର୍ବେ ରଞ୍ଜିତା ଙ୍କ ଶାଶୁଘର ଲୋକ ରଞ୍ଜିତା ନିଜ ଘରକୁ ଫେରାଇ ଆଣିଥିଲେ। କିନ୍ତୁ ଟଙ୍କା ମାଗିବା ବନ୍ଦ୍ ହୋଇନଥିଲା । ଗତ ୨୦ ତାରିଖ ରାତିରେ ରଞ୍ଜିତାଙ୍କୁ ତାଙ୍କ ସ୍ବାମୀ ମଦ ପିଇ ମାଡ଼ ମାରିବା ସହ ଟଙ୍କା ମାଗିଥିଲେ। ରଞ୍ଜିତା ଙ୍କ ପାଟି ଶୁଣି ତାଙ୍କ ଭଉଣି ଯିଏକି ପଡିଶା ଘରେ ବାହା ହୋଇଛନ୍ତି ସେ ଦୌଡ଼ି ଆସିଥିଲେ ଭଉଣି କୁ ଦେଖିବାକୁ। କିନ୍ତୁ ରଞ୍ଜିତା ଙ୍କ ଶାଶୁଘର ଲୋକ ଭିତର ପଟୁ କବାଟ ଦେଇଦେଇଥିଲେ। ରଂଜିତାଙ୍କ ଭଉଣି କିଛି ଉପାୟ ନପାଇ ନିଜ ବାପା ଘରକୁ ଫୋନ୍ କରିଥିଲେ । ବାପ ଭାଇ ରାତି ୧୨ଟା ରେ ପହଞ୍ଚିଲା ବେଳକୁ ରଞ୍ଜିତାଙ୍କ ମୃତ୍ୟୁ ହୋଇସାରିଥିଲା। ଶାଶୁ ଘରଲୋକ ମାରିଦେବା ପରେ ରଞ୍ଜିତା କୁ ଆତ୍ତ୍ମାହତ୍ୟା ର ରୂପ ଦେଉଚନ୍ତି ବୋଲି ଅଭିଯୋଗ କରିଛନ୍ତି ପରିବାର ଲୋକ |
ତେବେ ରଞ୍ଜିତା ଙ୍କ ଭାଇ ପୋଲିସଙ୍କୁ ଫୋନ୍ କରିବା କ୍ଷଣି କିଛି ଗ୍ରାମବାସୀ ରଂଜିତାଙ୍କ ବାପଘର ପରିବାରକୁ ମାରିଦେବାକୁ ଧମକ ଦେବା ସହ ଆସାମୀ ମାନଙ୍କୁ ଖସାଇଦେଇଥିବା କଥା ରଂଜିତାଙ୍କ ବାପା,ଭାଇ, ଭଉଣି ପ୍ରକାଶ କରିବା ସହ ହତ୍ୟାକାରୀଙ୍କୁ ଉଚିତ୍ ଦଣ୍ଡ ଦେବା ପାଇଁ ଦାବି କରିଛନ୍ତି। ତେବେ ଘଟଣା ସ୍ଥଳରେ ଏରସମା ପୋଲିସ ସହ ସାଇନଟିଫିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଦେଖିବାର ରହିଲା ତଦନ୍ତ ଅଧିକାରୀ ଏହି ପରିବାରକୁ କେବେ ନ୍ୟାୟ ଦେଉଛନ୍ତି।

Leave A Reply

Your email address will not be published.