ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ମୋହନା ବ୍ଲକରେ ଏବେ ରାଜନୀତି ପାଇଁ ତିନି ଦଳ ମଧ୍ୟରେ ଟଣାଓଟରା ଚାଲିଥିବା ବେଳେ କେଉଁଠି ସମିତିସଭ୍ୟ ପ୍ରାର୍ଥି ପାଇଁ ୫ ରୁ ୭ ଜଣ ଆଶାୟୀ ନାମାଙ୍କନ ପତ୍ର ଦାଖଲ କରି ମଇଦାନକୁ ଓହ୍ଲାଇ ଥିବା ବେଳେ ଆଉ କେତେ ପ୍ରାର୍ଥୀ ଦଳ ପକ୍ଷରୁ (ସମର୍ଥନ ) ଟିକଟ ନ ପାଇ ସ୍ଵାଧୀନ ଭାବେ ଲଢ଼ୁଛନ୍ତି। କିନ୍ତୁ ମୋହନା ବ୍ଲକ ଅନ୍ତର୍ଗତ ଅନ୍ତରବା ପଞ୍ଚାୟତର ୧୧ଟା ୱାର୍ଡବାସୀ ଚନ୍ଦ୍ରକଳା ମଲ୍ଲିକଙ୍କୁ ଅପ୍ରତିଦ୍ୱନ୍ଦ୍ବୀ ପ୍ରାର୍ଥୀ ଭାବେ ଚୟନ କରିଛନ୍ତି । ସେହିପରି ଲବାରସିଙ୍ଗ ପଞ୍ଚାୟତର ୧୨ଟି ୱାର୍ଡବାସୀ ମଧ୍ୟ ମଞ୍ଜୁଳା ନାୟକଙ୍କୁ ସମତି ସଭ୍ୟା ଭାବେ ଚୟନ କରିଛନ୍ତି ଏବଂ ଜିରାଙ୍ଗ ପଞ୍ଚାୟତର ୧୧ଟି ୱ।ର୍ଡବାସୀ ବିନା ନିର୍ବାଚନରେ ମିନି ପାଇକଙ୍କୁ ଅପ୍ରତିଦ୍ଵନ୍ଦୀ ପ୍ରାର୍ଥୀନୀ ଭାବେ ମନୋନୀତ କରିଛନ୍ତି।
ପଞ୍ଚାୟତରେ ରହିଥିବା ବିଭିନ୍ନ ଅଞ୍ଚଳର ଉର୍ଣ୍ଣତି ପାଇଁ ସମସ୍ତ ସଭ୍ୟା ଅଗ୍ରାଧୀକାର ଦେବେ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି।
Sign in
Sign in
Recover your password.
A password will be e-mailed to you.