ସରପଂଚ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ଗୁରୁପ୍ରସାଦ(ପପୁ)

0 2

ହାଟଡିହୀ,(ଶାସକ ପ୍ରଶାସକ)-କେନ୍ଦୁଝର ଜିଲ୍ଲା ହାଟଡିହୀ ବ୍ଲକ ଅନ୍ତର୍ଗତ ହାଟଡିହୀ ଗ୍ରାମ ପଂଚାୟତ ର ସରପଂଚ ପ୍ରାର୍ଥୀ ଭାବେ ଯୁବ ସମାଜ ସେବୀ ଗୁରୁପ୍ରସାଦ ଉକ୍ରଳ କେଶରୀ ଜେନା (ପପୁ) ନାମାଙ୍କନ ପତ୍ର ଦାଖଲ କଲେ । ସେ ତାଙ୍କ ସମର୍ଥକଙ୍କ ସହିତ ଗ୍ରାମ ପରିକ୍ରମା କରି ହଟକେଶ୍ୱର ମନ୍ଦିରରେ ପୂଜାଅର୍ଚ୍ଚନା କରି ହାଟଡିହୀ ଗ୍ରାମ ପଂଚାୟତ କାର୍ଯ୍ୟାଳୟକୁ ଯାଇ ନାମାଙ୍କନ ଦାଖଲ କରିଥିଲେ । ବିଜେଡି ତଥା ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ତାଙ୍କ ଉପରେ ଆସ୍ଥା ପ୍ରକଟକରି ତାଙ୍କୁ ହାଟଡିହୀ ପଂଚାୟତର ସରପଂଚ ପ୍ରାର୍ଥୀ ଭାବେ ମନୋନୀତ କରିଥିବାରୁ ସେ ବିଧାୟକ ସମେତ ପଂଚାୟତ ସ୍ତରର ସମସ୍ତ ବିଜେଡି କାର୍ଯ୍ୟକର୍ତାଙ୍କୁ ସାଧୁବାଦ ଜଣାଇଥିଲେ । ସେ ତାଙ୍କ ବଡ ଜେଜେ ବୈକୁଣ୍ଠନାଥ ଜେନା ଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସାଧାରଣ ଜନତାଙ୍କ ସେବା କରିବା ଉଦେ୍ଧଶ୍ୟରେ ନିଜ ଜୀବନକୁ ଉତସର୍ଗୀକୃତ କରିବେ ବୋଲି କହିଛନ୍ତି । ତାଙ୍କ ସହିତ ହାଟଡିହୀ ପଂଚାୟତ ବିଜେଡି ସଭାପତି କାମପାଳ ନାୟକ,ବରିଷ୍ଠ ବିଜେଡି ନେତା ଗୋପାଳ ନାୟକ,ବୁଦ୍ଧଦେବ ଜେନା,ଦିବାକର ପାତ୍ର,ବାବାଜୀ ଚରଣ ଜେନା,କହ୍ନେଇ ଚରଣ ଓଝା,ମଦନ ଦାସ,ଭିକାରୀ ଦାସ,କୁଳମଣି ମହାଳିକ,ବେଣୁଧର ସା,ଉପେନ୍ଦ୍ର ସେଠୀ,ଅଶୋକ ନାୟକ,ବାବାଜୀ ନାୟକ,କଳାକର ନାୟକ,କୈଳାଶ ପାତ୍ର,ହିମାଂଶୁ ବେହେରା,ସନାତନ ଜେନା,ଦେବ ନାରାୟନ ଦାଶ,ମହେନ୍ଦ୍ର ନାୟକ,ପଙ୍କଜ ଜେନା,କୋଦଣ୍ଡଧର ସେଠୀ,ବଟକୃଷ୍ଣ ଜେନା ଆଦି ବହୁ ବିଜେଡି ନେତା ଓ କର୍ମୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.