ଆରଏସପି କର୍ମଚାରୀଙ୍କ ସୁକନ୍ୟା ବିସିସିଆଇ ସିନିୟର ମହିଳା ଟି- ଟ୍ୱେଣ୍ଟି ଚାଲେଞ୍ଜର୍ସ ଟ୍ରଫି ଖେଳିବା ନିମନ୍ତେ ମନୋନୀତ

0

03-08-18-cricket.jpg - 205.74 kB

            Rourkela/Sushanta Behera : ରାଉରକେଲା ଇସ୍ପାତ କାରଖାନାର ଓର ବେଡିଙ୍ଗ ଓ ବ୍ଲେଣ୍ଡିଂ ପ୍ଳାଣ୍ଟ ବିଭାଗର କର୍ମଚାରୀ ଜିନ୍ଦା ଏକ୍କା ଏବଂ ଅନିତା ଏକ୍କାଙ୍କ ସୁକନ୍ୟା, ରିମା ଲକ୍ଷ୍ମୀ ଏକ୍କା ବିସିସିଆଇ ସିନିୟର ମହିଳା ଟି- ଟ୍ୱେଣ୍ଟି ଚାଲେଞ୍ଜର୍ସ ଟ୍ରଫିରେ ଇଣ୍ଡିଆ ରେଡ ଟିମର ପ୍ରତିନିଧିତ୍ଵ କରିବା ନିମନ୍ତେ ମନୋନୀତ ହୋଇଛନ୍ତି। ଏହି ଟୁର୍ଣ୍ଣାମେଣ୍ଟ ଅଗଷ୍ଟ ୧୪ରୁ ୨୧ ତାରିଖ ପର୍ଯ୍ୟନ୍ତ ବେଙ୍ଗାଲୁରୁଠାରେ ଅନୁଷ୍ଠିତ ହେବ । ରୀମା ଜଣେ ଡାହାଣ ହାତୀ ମଧ୍ୟମ ଗତି ବୋଲର ଅଟନ୍ତି ଏବଂ ଆରଏସପିର କ୍ରିକେଟ କୋଚ,  ଅଲେଖ ବାରିକଙ୍କ ଠାରୁ ପ୍ରଶିକ୍ଷଣ ଗ୍ରହଣ କରୁଛନ୍ତି । ରୀମା ସମ୍ପ୍ରତି ଇସ୍ପାତ ଅଟୋନମସ ମହାବିଦ୍ୟାଳୟରେ ଯୁକ୍ତ ୩ ଦ୍ଵିତୀୟ ବର୍ଷର ଛାତ୍ରୀ ଅଟନ୍ତି।

            ସୂଚନାଯୋଗ୍ୟ ଯେ, ୨୦୧୪-୧୫ ମସିହାରେ ରୀମା ନିଜର କ୍ରିକେଟ କ୍ୟାରିଅର ଆରମ୍ଭ କରିଥିଲେ। ବର୍ତ୍ତମାନ ସୁଧା ସେ ୫ଟି ଆନ୍ତଃ ପ୍ରଦେଶ ୧୯ ବର୍ଷରୁ କମ ମହିଳା ଏକ ଦିବସୀୟ ଟୁର୍ଣ୍ଣାମେଣ୍ଟ, ୩ଟି ଆନ୍ତଃ ଜୋନାଲ ୧୯ ବର୍ଷରୁ କମ ମହିଳା ଦୁଇ ଦିବସୀୟ ଟୁର୍ଣ୍ଣାମେଣ୍ଟ,୪ ଟି ଆନ୍ତଃ ଜୋନାଲ ୧୯ ବର୍ଷରୁ କମ ମହିଳା ଏନସିଏ ଟୁର୍ଣ୍ଣାମେଣ୍ଟ,  ୫ ଟି ଆନ୍ତଃ ପ୍ରଦେଶ ୨୩ ବର୍ଷରୁ କମ ମହିଳା ଏକ ଦିବସୀୟ ଟୁର୍ଣ୍ଣାମେଣ୍ଟ  ସମେତ ୫ଟି ସିନିୟର ମହିଳା ଏକଦିବସୀୟ ମ୍ୟାଚ, ୧୧ଟି ମହିଳା ଟି- ଟ୍ୱେଣ୍ଟି ମ୍ୟାଚ ଏବଂ ୧୭ ଟି ଅନ୍ୟାନ୍ୟ ମ୍ୟାଚ ଖେଳିସାରିଛନ୍ତି । ନିକଟରେ ପ୍ରତିଭାବାନ ବୋଲର ଓ ବ୍ୟାଟସମ୍ୟାନଙ୍କ ପାଇଁ ଜାତୀୟ କ୍ରିକେଟ ଏକାଡେମୀ ବେଙ୍ଗାଲୁରୁଠାରେ ଜୁଲାଇ ୬ରୁ ୧୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ସ୍ଵତନ୍ତ୍ର ପ୍ରଶିକ୍ଷଣ ଶିବିରରେ ଯୋଗଦେବା ପାଇଁ ଓଡିଶାରୁ ମନୋନୀତ ହୋଇଥିଲେ।  

 

Leave A Reply

Your email address will not be published.