ଅଠରବାଟିଆ ଗ୍ରାମ ପଂଚାୟତ ସରପଞ୍ଚ ପଦ ପାଇଁ ନାମାଙ୍କନ ଦାଖଲ କଲେ ସାମ୍ବାଦିକ ଅଜିତ ସାହୁ।

0

ଚିଲିକା (ଶାସକ ପ୍ରଶାସକ) : ଜନସାଧାରଣ ସ୍ୱାର୍ଥ ନିମନ୍ତେ ସରକାରଙ୍କ ଦ୍ୱାରା ପ୍ରଣୀତ ବିଭିନ୍ନ ଯୋଜନାକୁ ଲୋକାଭିମୁଖୀ କରିବା ଶପଥ ନେଇଛନ୍ତି ରାଜନୀତି ମଇଦାନରେ ଓହ୍ଲାଇଛନ୍ତି ଯୁବ ସାମ୍ବାଦିକ ତଥା ସମାଜସେବୀ ଅଜିତ କୁମାର ସାହୁ। ଚିଲିକା ବ୍ଲକ ଅଠର ବାଟିଆ ଗ୍ରାମ ପଂଚାୟତ ସରପଞ୍ଚ ପାଦ ପାଇଁ ସ୍ୱାଧୀନ ଭାବେ ନାମାଙ୍କନ ଦାଖଲ କରିଛନ୍ତି |ଚିଲିକା ଅଂଚଳର ଜଣେ ଲୋକପ୍ରିୟ ସାମ୍ବାଦିକ ଭାବେ ଜଣାଶୁଣା ଶ୍ରୀ ସାହୁ ଆଗାମୀ ଦିନରେ ନିସ୍ଵାର୍ଥ ଭାବେ ଜନ ସାଧାରଣ ଙ୍କ ସେବା ଓ ଉନ୍ନତି ମୂଳକ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ ବୋଲି ଭରସା ଦେଇଛନ୍ତି | ପଂଚାୟତର ଜନସାଧାରଣଙ୍କୁ ଭୋଟ ଭିକ୍ଷା କରିବା ସହ ଆଗାମୀ ଦିନରେ ଅଠରବାଟିଆ ପଂଚାୟତ କୁ ସ୍ମାଟ ପଂଚାୟତ ଭାବେ ଗଢି ତୋଳିବା ଏବଂ ପ୍ରତିଟି ଯୋଗ୍ୟ ହିତାଧିକାରୀ ନିକଟରେ ସରକାରଙ୍କ ଯୋଜନା ଗୁଡିକ ସୁଫଳ ଲୋକମାନଙ୍କ ପାଖରେ ପହଞ୍ଚେଇବା ପ୍ରାଥମିକତା ହେବ ବୋଲି ଶ୍ରୀ ସାହୁ କହିଛନ୍ତି | ପ୍ରତ୍ୟେକଟି ମୁହୁର୍ତରେ ସାଧାରଣ ଜନତା ଙ୍କ ସୁଖ ଦୁଃଖର ଭାଗିଦାରୀ ହୋଇ ପଂଚାୟତର ବିକାଶ ପାଇଁ ତତ୍ପର ରହିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଶ୍ରୀ ସାହୁ |

Leave A Reply

Your email address will not be published.