ଜଗତସିଂହପୁର/ ସୁମନ୍ତ କୁମାର ଦାସ:ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସମସ୍ତ ଦଳ ନିଜ ନିଜ ପ୍ରାର୍ଥୀମାନଙ୍କ ନାମାଙ୍କନ ପତ୍ର ନିଜ ବ୍ଲକରେ ଦାଖଲ କରୁଛନ୍ତି l ଜଗତସିଂହପୁର ବ୍ଲକ ଅନ୍ତର୍ଗତ ତୁମ୍ଭାଅଣ୍ଡେଇସାହି ଗ୍ରାମ ପଞ୍ଚାୟତର ବିଜେଡି ତରଫରୁ ସମିତି ସଭ୍ୟ ପ୍ରାର୍ଥୀ ପତ୍ର ଦାଖଲ ସରିଯାଇଛି l ଆଶାୟୀ ସମିତି ସଭ୍ୟ ପ୍ରାର୍ଥୀନୀ ଭାଗ୍ୟଲକ୍ଷ୍ମୀ ରାଉତରାୟ ପ୍ରାର୍ଥୀ ପତ୍ର ନାମାଙ୍କନ ଦାଖଲ କରିଛନ୍ତି l ଆଗାମୀ ନିର୍ବାଚନରେ ବିଜୟୀ ହେଲେ ପଞ୍ଚାୟତ ଲୋକଙ୍କର ସେବା କରିବେ ବୋଲି ପଣ କରିଛନ୍ତି l ଆଶାୟୀ ପ୍ରାର୍ଥୀନୀ ଭାଗ୍ୟଲକ୍ଷ୍ମୀ ରାଉତରାୟଙ୍କ ସହିତ ପଞ୍ଚାୟତର ବିଜେଡି ସଭାପତି ସୁରେଶଚନ୍ଦ୍ର ମହାନ୍ତି, ଲକ୍ଷ୍ମଣ ଲେଙ୍କା, ହରେକୃଷ୍ଣ ରାଉତରାୟ, ଅଜିତ ଲେଙ୍କା, ସୋଭାଗ୍ୟ ଦାସ ଏବଂ ପ୍ରତିମା ମହାନ୍ତି ଉପସ୍ଥିତ ଥିଲେ lସେହିପରି ଖଇରଙ୍ଗ ଗ୍ରାମ ତରଫରୁ ସମିତି ସଭ୍ୟ (ଶ୍ରୀମତୀ କନକପ୍ରଭା ଲେଙ୍କା ), ଯଶୋବନ୍ତପୁର ଗ୍ରାମ ପଞ୍ଚାୟତ ତରଫରୁ ସମିତି ସଭ୍ୟ (ଶ୍ରୀମତୀ ମନୋରମା ଦାସ), ଶାଳଜଙ୍ଗ ଗ୍ରାମପଞ୍ଚାୟତ ତରଫରୁ ସମିତି ସଭ୍ୟ (ସମସେନ ବେଗ), ମଣ୍ଡାସାହି ଗ୍ରାମପଞ୍ଚାୟତ ତରଫରୁ ସମିତି ସଭ୍ୟ ଭାବେ (ସୁନିତା ସେଠି), ଅଁଳା ଗ୍ରାମପଞ୍ଚାୟତ ସମିତି ସଭ୍ୟ ସୂର୍ଯ୍ୟକାନ୍ତ ଭୋଇ, ପାଟେଣୀ ଗାଁ ଗ୍ରାମପଞ୍ଚାୟତ ତରଫରୁ ସମିତି ସଭ୍ୟ (ରାଜଶ୍ରୀ ମହାନ୍ତି ) ନାମାଙ୍କନ ପ୍ରାର୍ଥୀପତ୍ର ଜଗତସିଂହପୁର ବ୍ଲକରେ ଦାଖଲ କରିଛନ୍ତି l ଉକ୍ତ ଆଶାୟୀ ପ୍ରାର୍ଥୀ ଓ ପ୍ରାର୍ଥୀନୀମାନେ ବିଜୟୀ ହେଲେ ନିଜ ନିଜ ପଞ୍ଚାୟତରେ ଲୋକଙ୍କୁ ସାହାର୍ଯ୍ୟ କରିବେ ଏବଂ ଭଲମନ୍ଦରେ ସାଥିରେ ରହିବେ ବୋଲି କହିଛନ୍ତି l
Sign in
Sign in
Recover your password.
A password will be e-mailed to you.