ସି.ପି ଆଇ (ଏମ) ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ

0

ରାଉରକେଲା (ବସନ୍ତ କୁମାର ଜେନା ) ସି.ପି.ଆଇ(ଏମ) ସୁନ୍ଦରଗଡ ଜିଲ୍ଲା କମିଟି ନିଷ୍ପତି ଅନୁଯାୟୀ ଆଜି ପାର୍ଟି ପକ୍ଷରୁ ନାମାଙ୍କନ ପତ୍ର ଦାଖଲ ହୋଇଛି । ପାର୍ଟିର ନିଷ୍ପତି ଅନୁଯାୟୀ ଜିଲାରେ ୧୭ଟି ଜିଲ୍ଲା ପରିଷଦ ଆସନ ପାଇଁ ଚଳିତ ନିର୍ବାଚନରେ ସି.ପି.ଆଇ (ଏମ) ପ୍ରାର୍ଥୀ ଦେବା ସହ ଜଣାଇ ନିର୍ବାଚନ ମଣ୍ଡଳୀର ସମସ୍ତ ୮ଟି ଜୋନ ଲାଠିକଟା, ବିଶ୍ରା ଓ ଲେଫ୍ରିପଡା, ଜିଲ୍ଲା ପରିଷଦ ଜୋନ ସମିତି ଆସନରେ ପାର୍ଟି ପ୍ରତିଦ୍ୱନ୍ଦିତା କରିବା ସହ ସମସ୍ତ ସରପଞ୍ଚ ଓ ସମିତି ଆସନରେ ଦଳ ପ୍ରତିଦ୍ୱନ୍ଦିତା କରିବା ସହ ଲୋକଙ୍କ ମୌଳିକ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବ । ଲାଠିକଟା ‘ଗ’ ଜିଲ୍ଲା ପରିଷଦ ଆସନ ପାଇଁ ପାର୍ଟି ଜିଲ୍ଲା କମିଟି ସଦସ୍ୟ ସାଧି ହୃଦୟାନନ୍ଦ ଯାବଦ ଓ ବିଶ୍ରା- ‘କ’ ଜିଲ୍ଲା ପରିଷଦ ଆସନ ପାଇଁ ପାର୍ଟିର ଯୁବନେତା ପ୍ରଦିପ ଗୈାଡ ପାନପୋଷ ଉପ ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପାର୍ଟିର ରାଜ୍ୟ ସମ୍ପାଦକ ମଣ୍ଡଳି ସଦସ୍ୟ ବିଷ୍ଣୁ ମହାନ୍ତି, ଜିଲା ସମ୍ପାଦକ ମଣ୍ଡଳୀ ସଦସ୍ୟ ବିମାନ ମାଇତି, ପାର୍ଟିର ରାଉରକେଲା ଆଞ୍ଚଳିକ କମିଟି ସମ୍ପାଦକ ରାଜକିଶୋର ପ୍ରଧାନ ଜିଲ୍ଲା କମିଟି ସଦସ୍ୟ ବି.ପି ମହାପାତ୍ର ସମେତ ବହୁ ସଂଖ୍ୟାରେ ସମର୍ଥକ ସାମିଲ ହୋଇଥିଲେ ।

Leave A Reply

Your email address will not be published.