ଖଇରା/ ଅକ୍ଷୟ ଜେନା – ଆଜି ତୃତୀୟ ଦିନରେ ବାଲେଶ୍ୱର ଜିଲ୍ଲା ସିମୁଳିଆ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖଇରା ବ୍ଲକ ଅନ୍ତରା ପଞ୍ଚାୟତରେ ରଶ୍ମିତା ଜେନା ବିଜୁ ଜନତା ଦଳର ସମର୍ଥିତ ସରପଞ୍ଚ ପ୍ରାର୍ଥୀନୀ ଭାବେ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଅନ୍ତରା ପଞ୍ଚାୟତ ସିମୁଳିଆ ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ଗଡ଼ ଭାବେ ପରିଚିତ ଥିବା ବେଳେ। ଗତ ପଞ୍ଚାୟତ ନିର୍ବାଚନରେ ଦଳୀୟ କନ୍ଦଳ ଯୋଗୁଁ ବିଜେଡି ପଞ୍ଚାୟତ ଦଖଲ କରି ପାରି ନଥିଲା। ହେଲେ ଏଥର ସମୀକରଣ ବଦଳିବ ବୋଲି ସ୍ପଷ୍ଟ ଚିତ୍ର ଦେଖାଗଲାଣି। ପୁଣି ଏଥର ବିଜୁ ଜନତା ଦଳ ସମର୍ଥନ ରେ ସରପଞ୍ଚ ଓ ସମିତି ସଭ୍ୟ ଜିତିବା ନେଇ ଆଶାବାଦୀ। ଏହି ପଞ୍ଚାୟତରେ ଗତ ବିଧାନସଭା ନିର୍ବାଚନରେ କଂଗ୍ରେସ ଭାଙ୍ଗି ଦୁଇ ଭାଗ ଯଥା କଂଗ୍ରେସ ଓ ବିଜେପି ହେବା ଦ୍ୱାରା ବିଜୁ ଜନତା ଦଳ ୮ଶହରୁ ଉର୍ଦ୍ଧ୍ବ ଭୋଟ ଆଗୁଆ ଥିଲା। କିନ୍ତୁ ଏଥର ନିର୍ବାଚନ ପାଇଁ କଂଗ୍ରେସ ଓ ବିଜେପି ର ମିଶ୍ରଣ ହୋଇଥିଲା ବେଳେ ଶେଷ ମୁହୂର୍ତ୍ତରେ ତାହା ଫସର ଫାଟି ଯାଇଛି, ଯାହା ଏଥର ଫଳାଫଳ ବିଜୁ ଜନତା ଦଳ ସପକ୍ଷରେ ଯିବ ବୋଲି ଆଶଙ୍କା କରାଯାଉଛି। ନାମାଙ୍କନ ପତ୍ର ଦାଖଲ ର ତୃତୀୟ ଦିନରେ ୩ଟା ସୁଦ୍ଧା ମୋଟ ୧୧ଜଣ ପ୍ରାର୍ଥୀ ଓ ପ୍ରାର୍ଥୀନୀ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ସରପଞ୍ଚ ପ୍ରାର୍ଥୀନୀ ରଶ୍ମିତା ଜେନା ଓ ୱାର୍ଡ ସଭ୍ୟ ପ୍ରାର୍ଥୀ ଙ୍କୁ ମିଶାଇ ୬ ଜଣ ମହିଳା ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏଥି ସହିତ ପଞ୍ଚାୟତର ୫ ନଂ ୱାର୍ଡ ସଭ୍ୟ ଭାବେ ଘନଶ୍ୟାମ ବେହେରାଙ୍କ ସମେତ ୫ ଜଣ ୱାର୍ଡ ସଭ୍ୟ ଭାବେ ସେମାନଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.