ଚାଷୀଙ୍କୁ ଶୀଘ୍ର କ୍ଷତିପୂରଣ ଦିଆଯାଉ :ବିଧାୟକ ନିତ୍ୟାନନ୍ଦ ଗଣ୍ଡ

0

ଉମରକୋଟ/ଜିତେନ୍ଦ୍ର ମହାନ୍ତି: କୁଆପଥର ବର୍ଷାରେ ଉଜୁଡ଼ି ଯାଇଛି ସୁନାର ଫସଲର। ନିଜର ଥିବା ଟଙ୍କା ଏବଂ ଧାର ଉଧାର କରି ଆଣିଥିବା ଟଙ୍କାରେ ଚାଷୀ ରବି ଫସଲ ପ୍ରସ୍ତୁତି କରିଥିଲେ। ମକା ଓ ମଟର ଚଣା ଫସଲ ଜମିରେ ଅତି ସୁନ୍ଦର ଭାବରେ ବଢିଥିଲା। କିନ୍ତୁ ଅଦିନିଆ ବର୍ଷା କୁଆପଥର ମାଡ଼ରେ ସମସ୍ତ ଫସଲ ଭୂମିରେ ଲୋଟିପଡ଼ିଛି। ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଚନ୍ଦ୍ରପୁରୀ, ସ୍ୱର୍ଣପୁରୀ ଗ୍ରାମକୁ ଗସ୍ତକରି ଚାଷୀଙ୍କ ଜମି ବୁଲି ଦେଖିଥିଲେ। ଲକ୍ଷ ଲକ୍ଷ ଟଙ୍କା ର ଫସଲ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି। ଏହାକୁ ନେଇ ସେ ସଙ୍ଗେ ସଙ୍ଗେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ। କୃଷି ବିଭାଗ ଦ୍ବାରା ଫସଲର କ୍ଷୟକ୍ଷତି ଆକଳନ କରିବା ସହିତ ଚାଷୀମାନଙ୍କୁ ଶୀଘ୍ର କ୍ଷତିପୂରଣ ପ୍ରଦାନ କରିବା ପାଇଁ ସେ କହିଥିଲେ।

Leave A Reply

Your email address will not be published.