ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମହିମା ନଗର ବାସୀଙ୍କ ପ୍ରତିବାଦ।

0

ଗୁଣୁପୁର ରୁ ସନ୍ତୋଷ କୁମାର ଚୌଧୁରୀ: ଗୁଣୁପୁର ପୌରାଞ୍ଚଳ ଅଧୀନ ରେ ଥିବା ମହିମା ନଗରରେ ଜଳ ଯୋଗାଣରେ ସମସ୍ୟା ନେଇ ଆଜି ସ୍ଥାନୀୟ ବାସିନ୍ଦାମାନେ ଗୁଣପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଥିଲେ। ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଯେଉଁ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଛି ସେଥିରେ ତୃଟି ଥିବାରୁ ପାଣି ପାଇବାରୁ ବଞ୍ଚିତ ହେଉଛନ୍ତି ଏଠାକାର ଲୋକେ। ଏହି ଅଞ୍ଚଳରେ ୨ ନଳକୂପ ଓ ଗୋଟିଏ କୂଅ ରହିଛି । ୨ଟି ନଳକୂପରୁ ଗୋଳିଆ ଓ ଅପରିଷ୍କାର ପାଣି ବାହାରୁଛି। ଯେଉଁ ଗୋଟିଏ କୂଅ ରହିଛି, ପାଣି ଶୁଖୁଯିବା ଓ ଅପରିଷ୍କାର ହେଉଥିବା ଅଭିଯୋଗ ହୋଇଛି । ତେବେ ଉକ୍ତ କାର୍ଯ୍ୟାଳୟରେ କୌଣସି ଅଧିକାରୀ ନଥିବାରୁ ଅଭିଯୋଗ ପତ୍ର ଚିଠି ବାକ୍ସ ରେ ପକାଯାଇଥିଲା।ପିଏଚ୍ଡି କାର୍ଯ୍ୟାଳୟ ସମ୍ମୁଖରେ ହାଣ୍ଡି, ବାଲଟି, ଧରି ଲୋକେ ପ୍ରତିବାଦକରିଥିଲେ।

Leave A Reply

Your email address will not be published.