ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଆର ଅନ୍ୟତମ ଐତିହ ସଂପର୍ଣ୍ଣ ଓ ପୁରାତନ ଉଚ୍ଚ ବିଦ୍ୟାଳୟ ରୂପେ ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଓଡ଼ିଶାରେ ସୁଖ୍ୟାତ। ଏହି ବିଦ୍ୟାଳୟର ପୁରାତନ ଛାତ୍ର , ଶିକ୍ଷକ ଓ ଅଭିଭାବକ ମାନଙ୍କୁ ନେଇ “ମୋ ସ୍କୁଲ” ଅଭିଯାନରେ ସାମିଲ କରାଯାଇଥିଲା। ୪୦୦ରୁ ଉର୍ଦ୍ଧ୍ବ ପୁରାତନ ଛାତ୍ର ମାନଙ୍କୁ ସାମିଲ କରାଯାଇ ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ ପାଇଁ କାର୍ଯ୍ୟକ୍ରମ ଜାରୀ କରାଯାଇଛି।
ଏହି ପରିପ୍ରେକ୍ଷୀରେ ପୁରାତନ ଛାତ୍ରଗଣ ବିଦ୍ୟାଳୟର “ମୋ ସ୍କୁଲ” ପାଣ୍ଠିକୁ ଆର୍ଥିକ ଅନୁଦାନ , ଛାତ୍ରକୁ ବୃତ୍ତି ପ୍ରଦାନ ପାଇଁ ଅର୍ଥ ରାଶି ପ୍ରଦାନ କରିଛନ୍ତି। “ମୋ ସ୍କୁଲ ଅଭିଯାନ ପକ୍ଷରୁ ରାଜ୍ୟ ସରକାର ଦାନ ରାଶିର ଦୁଇ ଗୁଣ ଅର୍ଥ ପ୍ରଦାନ କରି ବିଦ୍ୟାଳୟର ଆବଶ୍ୟକତାକୁ ପୁରଣ କରିବାରେ ସହାୟକ ହୋଇଛନ୍ତି। ଫଳରେ ବିଦ୍ୟାଳୟର ଶ୍ରେଣୀ କକ୍ଷ ମରାମତି , ପାନୀୟଜଳ ବ୍ୟବସ୍ଥା , ଶୌଚାଳୟ ନିର୍ମାଣ , କ୍ରୀଡ଼ା ସାମଗ୍ରୀ କ୍ରୟ , ପାଠାଗାର ନବୀକରଣ , ବିଦ୍ୟାଳୟ ସୌନ୍ଦର୍ଯ୍ୟ କରଣ , ବଗିଚା , ଡ୍ରେନ , ରେଡ୍କ୍ରସ , ସ୍କାଉଟ , ଏନ୍ ସି ସି ର ଆବଶ୍ୟକତା ପୁରଣ , ଶିକ୍ଷଣ ସାମଗ୍ରୀ କ୍ରୟ , ବିଦ୍ୟାଳୟ ମୁଖ୍ୟ ପାଠକ ନିର୍ମାଣ ପରି ବହୁବିଧ ଉନ୍ନୟନ କାର୍ଯ୍ୟ ହୋଇପାରିଛି।
ବିଦ୍ୟାଳୟର ଛାତ୍ର ମାନଙ୍କୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ବାର୍ଷିକ ଛାତ୍ର ବୃତ୍ତି ଯୋଜନା କରାଯାଇ ପୁରାତନ ଛାତ୍ର ମାନଙ୍କ ଠାରୁ ସଂଗୃହିତ ଅର୍ଥରେ ସ୍ମାରକୀ ପାଣ୍ଠି ଗଠନ କରାଯାଇ ସଂଗୃହିତ ଅର୍ଥକୁ ବ୍ୟାଙ୍କରେ ସ୍ଥାୟୀ ଜମା କରାଯାଇଛି। ସଂପ୍ରତି ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ସ୍ୱର୍ଗତ ମହେଶ ପ୍ରସାଦ ପାଢ଼ୀଙ୍କ ସ୍ମତି ଉଦ୍ଦେଶ୍ୟରେ ମହେଶଙ୍କ ଭାଇ ତଥା ପୁରାତନ ଛାତ୍ର ତାରା ପ୍ରସାଦ ପାଢ଼ୀ ସ୍ମତି ପାଣ୍ଠିକୁ ୫ ଲକ୍ଷ ଟଙ୍କା ପ୍ରଦାନ କରିଥିବା ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ଼.ବୃଷକେତୁ ଦାଶ ପ୍ରକାଶ କରିଛନ୍ତି।
ସେହିପରି ସ୍ମତି ପାଣ୍ଠିକୁ ବରିଷ୍ଠ ଡାକ୍ତର ତଥା ପୁରାତନ ଛାତ୍ର ଡ଼. ସୁରେନ୍ଦ୍ର ରଥ ୨୫ ହଜାର ଟଙ୍କା ଓ ପୁରାତନ ଛାତ୍ର ବୈଜ୍ଞାନିକ ଶିବରାମ ପ୍ରସାଦ ହୋତା ୫୦ହଜାର ଟଙ୍କା ବିଦ୍ୟାଳୟକୁ ଦାନ କରିଛନ୍ତି। ପୁରାତନ ଛାତ୍ର ରମେଶ ଚୌଧୁରୀ , ନୃସିଂହ ଚରଣ ପଟ୍ଟନାୟକ ପ୍ରମୁଖ ବିଦ୍ୟାଳୟର ଉନ୍ନୟନ ପାଇଁ ସହଯୋଗ କରି ଆସୁଛନ୍ତି।
Sign in
Sign in
Recover your password.
A password will be e-mailed to you.