ଉଦଘାଟିତ ହେଲା ବିଜେପିର ପଞ୍ଚାୟତ ନିର୍ବାଚନ କଣ୍ଟ୍ରୋଲ ରୁମ

0

ଭୁବନେଶ୍ଵର: ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ସମସ୍ତ କାର୍ୟ୍ୟ ଏହି କଣ୍ଟ୍ରୋଲ ରୁମରୁ ପରିଚାଳନା କରାଯିବ । ଏହି କଣ୍ଟ୍ରୋଲ ରୁମ ଏକ ସେତୁ ଭଳି କାମ କରିବ । ଆସନ୍ତା ୨ ଦିନ ଭିତରେ ନୋମିନେସନର ପ୍ରକ୍ରିୟା ଆରମ୍ଭ ହେବ ଅଥଚ ରାଜନୈତିକ ଦଳକୁ ଭୋଟର ତାଲିକା ଯୋଗାଇ ଦିଆଯାଇନାହିଁ। ରାଜ୍ୟ ନିର୍ବାଚନ କମିଶନ ବିଭିନ୍ନ ପ୍ରକାର ବିଜ୍ଞପ୍ତି ପ୍ରକାଶ କରୁଛନ୍ତି ବୋଲି ଘୋଷଣା ହେଉଛି । କିନ୍ତୁ ବ୍ଲକ ସ୍ତରରେ ବିଭିନ୍ନ ପ୍ରକାର ଅଭିଯୋଗ ବିଜେପିର କାର୍ୟ୍ୟକର୍ତ୍ତା ମାନେ କରୁଛନ୍ତି । ତେଣୁ ଏହି କଣ୍ଟ୍ରୋଲ ରୁମରେ ବିଭିନ୍ନ ଜିଲ୍ଲା ପରିଷଦ ଜୋନ୍ ଓ ପଞ୍ଚାୟତରୁ ଆସୁଥିବା ଆଶାୟୀ ପ୍ରାର୍ଥୀଙ୍କ ଅଭିଯୋଗ ଗୁଡ଼ିକର ସମାଧାନ ରାଜ୍ୟ ନିର୍ବାଚନ କମିଶନ ମାଧ୍ୟମରେ କରାଯିବ । ଏହି କଣ୍ଟ୍ରୋଲ ରୁମ୍ ମାଧ୍ୟମରେ ୮୫୩ ଜିଲ୍ଲା ପରିଷଦ ଜୋନ ଏବଂ ୬୭୯୮ ଗ୍ରାମ ପଞ୍ଚାୟତର ମନିଟରିଂ କରାଯିବ । ଜିଲ୍ଲା ସ୍ତରରେ ପ୍ରାର୍ଥୀତ୍ୱ ନିର୍ଦ୍ଧାରିତ ହୋଇଛି । ଦିନେ ଦୁଇ ଦିନ ଭିତରେ ପ୍ରକାଶ ପାଇବ ବୋଲି ଏହି ଅବସରରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।
ଏହି ଅବସରରେ ରାଜ୍ୟ ସାଧାରଣ ସମ୍ପାଦକ (ସଂଗଠନ) ମାନସ କୁମାର ମହାନ୍ତି, ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର, ଡ.ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ମୁଖପାତ୍ର ଡ. ଯତୀନ ମହାନ୍ତି, ବିରଞ୍ଚି ନାରାୟଣ ତ୍ରିପାଠୀ, ଠାକୁର୍ ରଣଜିତ୍ ଦାସ, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ଵାଳ, ଭୂବନାନନ୍ଦ ତ୍ରିପାଠୀ, ରବି ଶଙ୍କର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.