ଉମରକୋଟ(ଜିତେନ୍ଦ୍ର କୁମାର ମହାନ୍ତି) : ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ହେବା ମାତ୍ରେ ଆଚରଣ ବିଧି ମଧ୍ୟ ଲାଗୁ ହୋଇଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ନିର୍ବାଚନ କମିଶନ ସମଗ୍ର ରାଜ୍ୟରେ ବିଭିନ୍ନ ସ୍ଥାନରେ ଲାଗିଥିବା ବିଭିନ୍ନ ରାଜନୈତିକ ଦଳ ଗୁଡିକର ହୋର୍ଡିଂ ଉଠାଇବା ପାଇଁ ନିର୍ଦ୍ଦେଶ ଦେଇଥିବା ପରିପ୍ରେକ୍ଷୀରେ ଉମରକୋଟ ପୌର ପରିଷଦ ପକ୍ଷରୁ ସହରରେ ଲାଗିଥିବା ସମସ୍ତ ରାଜନୈତିକ ଦଳର ହୋର୍ଡିଂକୁ ହଟାଇବା କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି। ଏହି କାମ ଆଜି ସନ୍ଧ୍ୟାରୁ ଆରମ୍ଭ ହୋଇଛି । ସହରର ସମସ୍ତ ହୋର୍ଡିଂ ଉଠାଇବା ପର୍ଯ୍ୟନ୍ତ ଏହା ଜାରି ରହିବ ବୋଲି ପୌର ପରିଷଦର ନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମାଝୀ ସୂଚନା ଦେଇଛନ୍ତି। ଏହି ହୋର୍ଡ଼ିଂ ଉଠାଇବା ସମୟରେ ପୌର ନିର୍ବାହୀ ଅଧିକାରି ଶ୍ରୀ ମାଝୀଙ୍କ ସହ ଉମରକୋଟ ତହସିଲଦାର ଏନ୍. ଜଗଜିବନ ଚୌଧୁରୀ ଉପସ୍ଥିତ ରହିବା ସହ ପୌର ପରିଷଦର କର୍ମଚାରୀ ଓ ପୋଲିସ୍ କର୍ମଚାରୀଙ୍କୁ ମୃତୟନ କରାଯାଇଥିଲା
Sign in
Sign in
Recover your password.
A password will be e-mailed to you.