ବିଜେପି ଯୁବମୋର୍ଚ୍ଚା ତତଫରୁ ଦେବଗଡ଼ ର ପୁଷ୍କରିଣୀ ସଫେଇ ଅଭିଯାନ

0

ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର : ଦେବଗଡ଼ ବିଜେପି ଯୁବମୋର୍ଚ୍ଚା ଦ୍ଵାରା ଦେବଗଡ଼ ରେ ସମସ୍ତ ପୁଷ୍କରିଣୀ ର ସଫେଇ ଅଭିଯାନ ହାତକୁ ନିଆଯାଇଛି।ପ୍ରତେକ ରବିବାର ଦିନ ଦେବଗଡ଼ ଜିଲ୍ଲା ରେ ଥିବା ପୋଖୋରୀ ଗୁଡ଼ିକର ସଫେଇ କାର୍ଯ୍ୟକ୍ରମ କରାଯିବା ପାଇଁ ସ୍ଥିର କରାଯାଇଛି। ଆଜି ପ୍ରଥମ ଦିନରେ ଦେବଗଡ଼ ସହରର ମଧ୍ୟ ଭାଗରେ ଥିବା ବଣିଆ ସାହି ଅନ୍ତର୍ଗତ ଗୋହୋରୀ ବନ୍ଧ ର ସଫେଇ କରଯାଇଥିଲା। ଏହି ସଫେଇ କାର୍ଯ୍ୟକ୍ରମ ରାଜ୍ୟ ଯୁବମୋର୍ଚ୍ଚା ର କାର୍ଯ୍ୟକାରୀଣି ସଦସ୍ୟ ସୁଧୀର କୁମାର ବ୍ରହ୍ମା (ନିଲୁ) ଙ୍କ ପ୍ରତେଖ୍ୟ ତତ୍ତ୍ଵାବଧାନରେ କରା ଯାଇଥିଲା। ଏଥିରେ ବିଜେପି ଏସ ସି ମୋର୍ଚ୍ଚା ର ଉପସଭାପତି ଶିବା ମୁଖୀ, ପୂର୍ବତନ କଲେଜ ସଭାପତି ବିଜୟ କୁମାର ଦେହୁରୀ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ପଞ୍ଚାନନ ଆଚାର୍ଯ୍ୟ, ଯୁବମୋର୍ଚ୍ଚା ର ରାକେଶ ମଲ୍ଲିକ, ବବଲୁ ନାୟକ, କ୍ରିଷ୍ଣା ନାୟକ, ତ୍ରିନାଥ ଭାରତୀ ଦାସ, ବିକାଶ ଦେହୁରୀ, ବିକାଶ ଗଡ଼ନାୟକ, ବିଭୂତି ପ୍ରଧାନ, ଲିବୁନ ନାୟକ, ସୋରଜ ପୃଷ୍ଟି, ବିପିନ ବେହେରା ଓ ବିଜେପି ଯୁବମୋର୍ଚ୍ଚା ର ଅନ୍ୟ ସଦସ୍ୟ ମାନେ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମ ଆଗକୁ ପୁରା ଜିଲ୍ଲା ରେ କରାଯିବା ବୋଲି ଆମକୁ ରାଜ୍ୟ ଯୁବମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ସୁଧୀର କୁମାର ବ୍ରହ୍ମା ସୂଚନା ଦେଇଥିଲେ।

Leave A Reply

Your email address will not be published.