କୋଭିଡ଼ କୁ ଦୃଷ୍ଟିରେ ରଖି ଦୈନିକ ବଜାର ସ୍ଥାନାନ୍ତରିତ

0

ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର: ଦେବଗଡ଼ ରେ ଗତ ବେଶ କିଛି ଦିନ ଧରି କୋଭିଡ ସଂକ୍ରମଣ ନିୟତ୍ରଣ ମଧ୍ୟରେ ରହିଥିବା ବେଳେ ଏବେ ପୁଣି ବଢ଼ିବାରେ ଲାଗିଛି ଏହାକୁ ଦୃଷ୍ଟିରେ ରଖି ଦେବଗଡ଼ ପୌରପରିଷଦ ପକ୍ଷରୁ ଦୈନିକ ବଜାର କୁ ସ୍ଥାନାନ୍ତରିତ କରାଯାଇଛି। ସୋମବାର ସହର ମଧ୍ୟରେ ଥିବା ଦୈନିକ ନୀତି କୁ ପ୍ରଧାନପାଟ ଜଳପ୍ରପାତ ରାସ୍ତା ଓ ରଥଦାଣ୍ଡ କୁ ସ୍ଥାନାନ୍ତରିତ କରାଯାଇଛି। ଜନ ସମାଗମ କୁ ନିୟତ୍ରିତ କରିବା ପାଇଁ ଦୈନିକ ବଜାର କୁ ଦୁଇଟି ଅଲଗା ଅଲଗା ସ୍ଥାନରେ କରାଯାଇଛି। ଦୈନିକ ବଜାର ସ୍ଥାନାନ୍ତରିତ କରାଯିବା ବେଳେ କିଛି ବେପାରୀ ଏହାକୁ ବିରୋଧ କରିଥିଲେ। ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତି ରେ ପୋଲିସ ସହାୟତାରେ ଏହି ସ୍ଥାନାନ୍ତରିତ କରଯାଇଥିଲା। କୋରାନା ର ସମ୍ଭାବ୍ୟ ତୃତୀୟ ଲହର କୁ ଦୃଷ୍ଟିରେ ରଖି ଏହି ବଜାର ସ୍ଥାନାନ୍ତରିତ କରାଯାଇଛି।ସ୍ଥାନାନ୍ତରିତ ସ୍ଥାନ ଗୁଡିକରେ କୌଣସି ସୁବିଧା ନଥିବାରୁ ଓ ମାଙ୍କଡ ଙ୍କ ଉତ୍ପାତ ଯୋଗୁଁ ବେପାରୀ ମାନେ ସେଠାକୁ ଯିବା ପାଇଁ ପ୍ରସ୍ତୁତ ନ ଥିଲେ। ପୌରପରିଷଦ ନିର୍ବାହୀ ଅଧିକାରୀ କହିଥିଲେ ଯେ କୋରୋନା ର ସଂକ୍ରମଣ ନୀୟତ୍ରଣ ହେବା ପରେ ଦୈନିକ ବଜାର ପୁଣି ପୂର୍ବସ୍ଥାନକୁ ଫେରିବ।

Leave A Reply

Your email address will not be published.