ସେଲର ବୈଷୟିକ ନିର୍ଦ୍ଦେଶକ ରୂପେ  ଏଚ ଏନ ରାୟଙ୍କ ଦାୟିତ୍ଵ ଗ୍ରହଣ

0

01-08-18-DT.jpg - 24.72 kB

ରାଉରକେଲା /ସୁଶାନ୍ତ ବେହେରା : ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ ଲିମିଟେଡର ବୈଷୟିକ ନିର୍ଦ୍ଦେଶକ ରୂପେ  ହରି ନନ୍ଦ ରାୟ ଅଗଷ୍ଟ ୧ ତାରିଖରେ ଦାୟିତ୍ଵଭାର ଗ୍ରହଣ କରିଛନ୍ତି । ଆଇଆଇଟି ବିଏଚୟୁରୁ  ମେଟାଲର୍ଜିକାଲ ଇଞ୍ଜିନିୟରିଂ ଶିକ୍ଷାଲାଭ କରିଥିବା ଶ୍ରୀ ରାୟ ୧୯୮୬ ମସିହାରେ ସେଲରେ ଯୋଗଦେଇଥିଲେ। ସେଲରେ ଦୀର୍ଘ ୩୨ ବର୍ଷର ସେବା ଅବଧି ମଧ୍ୟରେ ସେ ଭିଲାଇ ଷ୍ଟିଲ ପ୍ଳାଣ୍ଟ, ଦୁର୍ଗାପୁର ଷ୍ଟିଲ ପ୍ଳାଣ୍ଟ ଏବଂ କର୍ପୋରେଟ ଅଫିସରେ କାର୍ଯ୍ୟ କରିଛନ୍ତି। 

ଭିଲାଇ ଷ୍ଟିଲ ପ୍ଳାଣ୍ଟରେ ଚାକିରୀ ଆରମ୍ଭ କରିଥିବା ଶ୍ରୀ ରାୟ ବ୍ଳାଷ୍ଟ ଫର୍ଣ୍ଣେସ ବୈଷୟିକ ଜ୍ଞାନକୌଶଳ, ଅପରେସନ ଓ ଲଜିଷ୍ଟିକ୍ସ ଇତ୍ୟାଦିରେ ସ୍ଵତନ୍ତ୍ର ଦକ୍ଷତା ଲାଭ ପୂର୍ବକ ବ୍ଳାଷ୍ଟ ଫର୍ଣ୍ଣେସ ମହାପ୍ରବନ୍ଧକ ପଦବୀକୁ ପଦୋନ୍ନିତ ହୋଇଥିଲେ । ପରେପରେ ସେ ଦୁର୍ଗାପୁର ଷ୍ଟିଲ ପ୍ଳାଣ୍ଟରେ ନିର୍ବାହୀ ନିର୍ଦ୍ଦେଶକ (କାର୍ଯ୍ୟ) ପଦବୀରେ ଯୋଗଦେଇଥିଲେ। ଏହି ପଦବୀରେ ସେ କାରଖାନାର ପ୍ଲାନିଂ, ମରାମତି ଓ ରକ୍ଷଣାବେକ୍ଷଣ, ଲଜିଷ୍ଟିକ୍ସ, ଇତ୍ୟାଦି ସମେତ ସାମଗ୍ରିକ ଅପରେସନର ନିପୁଣ ରୂପେ ଦାୟିତ୍ଵ ନିର୍ବାହ କରିଥିଲେ । ଏହାପରେ ସେ କର୍ପୋରେଟ ଅଫିସରେ ନିର୍ବାହୀ ନିର୍ଦ୍ଦେଶକ (ଅପରେସନ) ରୂପେ ଅପରେସନ, ଲଜିଷ୍ଟିକ୍ସ, କଞ୍ଚାମାଲ ପ୍ଲାନିଂ ଓ ବିତରଣ ଆଦି ଦାୟିତ୍ଵ ନିର୍ବାହ କରିଥିଲେ। ସେ ସେଣ୍ଟ୍ରାଲ କୋଲ ସପ୍ଲାଇ ଅର୍ଗାନାଇଜେସନ, ଏନାର୍ଜୀ ମେନେଜମେଣ୍ଟ ଡିଭିଜନ ଓ ରେଳ ପରିବହନ ସେଲର ମଧ୍ୟ ପ୍ରଭାରୀ ଥିଲେ। 

ଶ୍ରୀ ରାୟ ଏଭଳି ଏକ ମହତ୍ତ୍ୱପୂର୍ଣ୍ଣ ସମୟରେ କମ୍ପାନୀର ବୈଷୟିକ ନିର୍ଦ୍ଦେଶକ ରୂପେ ଦାୟିତ୍ଵ ଗ୍ରହଣ କରିଛନ୍ତି ଯେତେବେଳେ ସେଲ ଏହାର ଆଧୂନିକୀକରଣ ଓ ସଂପ୍ରସାରଣ ଅନ୍ତର୍ଗତ ନୂତନ ୟୁନିଟଗୁଡିକରୁ ଉତ୍ପାଦନରେ ବ୍ୟାପକ ବୃଦ୍ଧି ଆଣୁଛି।  

 

Leave A Reply

Your email address will not be published.