ଏସଟିଏଫ ଓ ବନ ବିଭାଗ ପକ୍ଷରୁ ବାଘଛାଲ, ହାତୀ ଦାନ୍ତ ଓ ବଜ୍ରକାପ୍ତା କାତି ଜବତ

0

ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର: ଗୁରୁବାର ବିଳମ୍ବିତ ରାତିରେ ଦେବଗଡ଼ ଜିଲ୍ଲା ତିଲେଇବଣୀ ବ୍ଲକ ଅନ୍ତର୍ଗତ ବରଘାଟ ଗ୍ରାମ ରେ ଏସଟିଏଫ ଓ ବନ ବିଭାଗ ପକ୍ଷରୁ ମିଳିତ ଚଢଉ କରାଯାଇ ଗୋଟିଏ ବାଘଛାଲ, ଗୋଟିଏ ହାତୀ ଦାନ୍ତ ଓ ବିପୁଳ ପରିମାଣର ବଜ୍ରକାପ୍ତା କାତି ଜବତ କରାଯାଇଛି। ବରଘାଟ ଗ୍ରାମରେ ବାଘଛାଲ ବିକ୍ରୀ ପାଇଁ ଯୋଜନା ଚାଲିଥିବା ସମ୍ପର୍କରେ ଏସଟିଏଫ ସୂଚନା ପାଇବା ପରେ ଦେବଗଡ଼ ବନବିଭାଗ ସହଯୋଗରେ ବରଘାଟ ଗ୍ରାମର ମଦନ କୁମାର ଜୟପୁରିଆ ଙ୍କ ଘରେ ଗ୍ରାହକ ବେଶରେ ପହଞ୍ଚି ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ମଦନଙ୍କ ପାଖରେ ଗୋଟିଏ ବାଘଛାଲ, ଗୋଟିଏ ହାତୀ ଦାନ୍ତ ଓ ଏକ କିଲୋଗ୍ରାମ ଓଜନର ବଜ୍ରକାପ୍ତା କାତି ରଖିଥିବା ଜଣା ପଡ଼ିଥିଲା। ସମସ୍ତ ବନ୍ୟଜନ୍ତୁ ଦେହାବଶେଷ କୁ ଜବତ କରାଯିବା ସହ ଅଭିଯୁକ୍ତ ମଦନ କୁ ଗିରଫ କରିଥିଲେ। ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଟକ ମଦନ ର ସ୍ବାସ୍ଥ୍ୟ ଯାଞ୍ଚ କରାଯାଇଛି। ଏନେଇ ଏସଟିଏଫ ଓ ବନବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରି ରଖାଯାଇଛି। ବିଭାଗ ପକ୍ଷରୁ ଏ ଘଟଣାରେ ଆଉ କିଏ କିଏ ସଂପୃକ୍ତ ଅଛନ୍ତି ସେ ନେଇ ଅନୁସନ୍ଧାନ ଜାରୀ ରହିଛି।

Leave A Reply

Your email address will not be published.