ଭୁବନେଶ୍ୱର,(ଶାସକ ପ୍ରଶାସକ) :କେନ୍ଦ୍ର ଖଣି ମନ୍ତ୍ରଣାଳୟ ଅଧୀନରେ ଥିବା ନବରତ୍ନ ଉଦ୍ୟୋଗ ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ (ନାଲକୋ)ର42ତମ ପ୍ରତିଷ୍ଠା ଦିବସ ଜାନୁଆରୀ 7 ତାରିଖରେନାଲକୋ ମୁଖ୍ୟ କାର୍ଯ୍ୟାଳୟଠାରେ ଏକ ହାଇବ୍ରିଡ୍ କାର୍ଯ୍ୟକ୍ରମ ମାଧ୍ୟମରେ ପାଳିତ ହୋଇଯାଇଛି| କମ୍ପାନୀର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଶ୍ରୀଧର ପାତ୍ର,ନିର୍ଦ୍ଦେଶକ (ପି ଆଣ୍ଡ ଟି) ଏବଂ ନିର୍ଦ୍ଦେଶକ (ଅର୍ଥ)-ଅତିରିକ୍ତ ଦାୟିତ୍ୱ,ଶ୍ରୀ ମନସା ପ୍ରସାଦ ମିଶ୍ର, ନିର୍ଦ୍ଦେଶକ (ଉତ୍ପାଦନ) ଏବଂ ନିର୍ଦ୍ଦେଶକ (ବାଣିଜ୍ୟ)-ଅତିରିକ୍ତ ଦାୟିତ୍ୱ ଶ୍ରୀ ବିଜୟ କୁମାର ଦାସ, ଏବଂ ମୁଖ୍ୟ ସତର୍କତା ଅଧିକାରୀ ଶ୍ରୀ ସୋମନାଥ ହଂସଦା ଏହି ଅବସରରେ କର୍ମଚାରୀମାନଙ୍କ ଉଦ୍ଦେଶ୍ୟରେନିଜର ଅଭିଭାଷଣ ପ୍ରଦାନ କରିଥିଲେ ।
ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଏବଂ ସାହିତ୍ୟ ଓ ସଂକୃତିର ପ୍ରଚାର ପ୍ରସାର କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ବ୍ୟକ୍ତିବିଶେଷଙ୍କୁ ଏହି ଅବସରରେ ନାଲକୋସମ୍ମାନ ପ୍ରଦାନ କରାଯାଇ ଥିଲା| ଚଳିତ ବର୍ଷ ନାଲକୋ କାଳିଦାସ ସମ୍ମାନପ୍ରତିଷ୍ଠିତ ଆଧ୍ୟାତ୍ମିକ ଚିନ୍ତକ ତଥା ଲେଖକ ଡକ୍ଟର ଚନ୍ଦ୍ର ଭାନୁ ଶତପଥୀଙ୍କୁ ପ୍ରଦାନ କରାଯାଇଥିଲା । ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟଗୁରୁ ପଦ୍ମଶ୍ରୀ ଅରୁଣା ମହାନ୍ତିଙ୍କୁ ନାଲକୋ ଖାରବେଳ ସମ୍ମାନ (ଗୁରୁ) ପ୍ରଦାନ କରାଯାଇଥିଲା ।ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ଶ୍ରୀମତୀ ମମତା ଓଝା ଏବଂ ଶ୍ରୀ ହରେକୃଷ୍ଣ ଧଳଙ୍କୁ ନାଲକୋ ଖାରବେଳ (ନୃତ୍ୟଶିଳ୍ପୀ) ସମ୍ମାନ ପ୍ରଦାନ କରାଯାଇଥିଲା|
ବିଶେଷ ଭାବରେ କୋଭିଡ୍-19 ମହାମାରୀ ସମୟରେ,କର୍ମଚାରୀମାନଙ୍କର ନିଷ୍ଠାପର ପରିଶ୍ରମତଥା ହିତାଧିକାରୀମାନଙ୍କର ନିରବିଛିନ୍ନ ସହଯୋଗ, ଉତ୍ପାଦନ ଏବଂ ଉତ୍ପାଦକତାବୃଦ୍ଧିକରାଇବାରେ ସହାୟକ ହୋଇପାରିଛି ବୋଲି ଅଧ୍ୟକ୍ଷ ଶ୍ରୀ ଶ୍ରୀଧର ପାତ୍ରକମ୍ପାନୀର କର୍ମଚାରୀ ଏବଂ ହିତାଧିକାରୀଙ୍କରପ୍ରଶଂସା କରିଥିଲେ | କୌଣସି ପ୍ରତିକୂଳ ପରିସ୍ଥିତି ଏବଂ ଆହ୍ୱାନପୂର୍ଣ୍ଣ ସମୟରେ ଏକ ସୁସ୍ଥ କାର୍ଯ୍ୟତଥା ଜୀବନଶୈଳୀର ସନ୍ତୁଳନ ସହ ଏକ ସକାରାତ୍ମକ ମାନସିକତା ବଜାୟ ରଖିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ | ଅଶୀ ଦଶକରେଆରମ୍ଭ ହୋଇଥିବା ନାଲକୋଆଜି ଏକ ନେତୃତ୍ୱପୂର୍ଣ୍ଣ ସ୍ଥାନରେ ପହଞ୍ଚିବାରେସଫଳ ହୋଇଅଛି । ଏଥିପାଇଁ ଏହି ସଫଳତାର ଯାତ୍ରାରେ ସର୍ବଦା 5P(Planet, People,Production, Productivity and Profit) ଅର୍ଥାତ୍ ପରିବେଶ, ପ୍ରାଣୀ, ଉତ୍ପାଦନ, ଉତ୍ପାଦକତା ଏବଂ ଲାଭ,ମୂଳମନ୍ତ୍ର ରହିଆସିଛି ।ମୋର ବିଶ୍ୱାସ ଯେ ଚଳିତ ଅଭିବୃଦ୍ଧି ଯୋଜନା ଏବଂ ରଣନୀତିପୂର୍ଣ୍ଣ ପଦକ୍ଷେପ ସହିତ ଉତ୍ସର୍ଗୀକୃତମନୋଭାବ, ଅନୁଶାସନ ଏବଂ କର୍ମଚାରୀମାନଙ୍କ ନିଷ୍ଠା ନିଶ୍ଚିତ ଭାବରେ ନାଲକୋକୁ ବ୍ୟବସାୟର ଏକ ନୂତନ ଉତ୍କର୍ଷ ସ୍ତର ସୁନିଶ୍ଚିତ କାରାଇବାରେ ସହାୟକ ହେବ ବୋଲି ଶ୍ରୀ ପାତ୍ରମତ ପ୍ରକାଶ କରିଛନ୍ତି।
COVID-19 ଗାଇଡଲାଇନ ଅନୁସାରେ ସର୍ବନିମ୍ନ ଉପସ୍ଥିତି ସହ ସାମାଜିକ ଦୂରତା ରକ୍ଷା କରି ଏହି କାର୍ଯ୍ୟକ୍ରମଟି କରାଯିବା ସହ ଏହା ଅନଲାଇନ ମାଧ୍ୟମରେ ମଧ୍ୟ ଅନୁଷ୍ଠିତ ହୋଇଥିଲା| ପୁରସ୍କୃତ ବ୍ୟକ୍ତିମାନଙ୍କର ନିରାପତ୍ତା ପାଇଁ ପୁରସ୍କାର ଗୁଡିକୁସ୍ପର୍ଶରହିତ ପ୍ରଦାନର ଆୟୋଜନ କରଯାଇଥିଲା |
Sign in
Sign in
Recover your password.
A password will be e-mailed to you.
Prev Post