କାଶୀପୁରରୁ ବୈକୁଣ୍ଠ ଦୁରିଆ :ରାୟଗଡା ଜିଲ୍ଲା କାଶୀପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା କଂଗ୍ରେସ ଦଳ ସଭାପତି ଦୁର୍ଗା ପଣ୍ଡାଙ୍କ ନେତୃତ୍ୱ ରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଲାଞ୍ଚ ସହ ବ୍ଲକ କର୍ମଚାରୀଙ୍କ ଲାଞ୍ଚ ବିରୋଧରେ ସହ ସହ କଂଗ୍ରେସ କର୍ମୀ ଉକ୍ତ କାର୍ଯ୍ୟାଳୟ ଗ୍ରିଲ ଠେଲି ଧସେଇ ପଶିଥିଲେ | ସୂଚନାଯୋଗ୍ୟ ଯେ, ଗତ ଦିନରେ କାଶୀପୁର ବ୍ଲକରେ ସୌନ୍ଦର୍ଯ୍ୟ କରଣ ନାମରେ ଦୁର୍ନୀତି, ବିଭିନ୍ନ ଆବାସ ଯୋଜନାରେ ୧୦ରୁ ୨୦ହଜାର ଲାଞ୍ଚ, ବ୍ଲକର ବିଭିନ୍ନ ପଞ୍ଚାୟତରେ ପଡ଼ିଥିବା ସିମେଣ୍ଟ ଚେର ତିନି ଚାରି ହଜାର ରେ କିଣି 9ହଜାର ରେ ବିଲ, ସୋଲାର ଲାଇଟ ଗୁଡିକ ବଜାର ଦର 13ରୁ 15ହଜାର ଥିବା ବେଳେ ତାହା 36ହଜାର ଟଙ୍କାର ବିଲ, mnrega କାର୍ଯ୍ୟରେ ବିଡ଼ିଓ ଓ କର୍ମଚାରୀ 2%ଲାଞ୍ଚ, ଯନ୍ତ୍ରୀ ମାନଙ୍କ ଫଲସ ବିଲ ସହ ବିଡ଼ିଓ ଙ୍କ ବିଜୁ ଜନତା ଦଳ ଲିଙ୍କ ଆଦି ବିଭିନ୍ନ ବିଷୟରେ ନାରା ବାଜି କରି କାଶୀପୁର ଗାନ୍ଧୀ ମଣ୍ଡପ ଠାରୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ପଦଯାତ୍ରା କରିଥିଲେ | ଆଜି ସ୍ଥାନୀୟ ବିଡ଼ିଓ ଅନୁପସ୍ଥିତ ଥିବାରୁ ଏକ ଦାବିପତ୍ର ସେକ୍ସନ ଅଫିସର (ବଡ ବାବୁ )ପ୍ରତ୍ୟୁଷ ରଞ୍ଜନ ଲିମା ଙ୍କ ଜରିଆରେ ଦିଆ ଯାଇଛି | ଆଜିର କାର୍ଯ୍ୟକ୍ରମ ରେ ବିଧାୟକ ପ୍ରାର୍ଥୀ ଆପ୍ପଲା ସ୍ୱାମୀ କାଡ଼ରକା, ବ୍ଲକ ସଭାପତି ଅଙ୍ଗଦ ନାଏକ, sc ସେଲ ଜିଲ୍ଲା ସଭାପତି ରାଜେନ୍ଦ୍ର ଦୁରିଆ, ସାନ୍ଦୁ ମାଝୀ, ସୁରତ ସ୍ୱାଇଁ, ଲଷ୍ମୀଧର ବାଘ,ଲେଲି ମାଝୀ, ବିପ୍ର ପୂଜାରି, ପି ଦେବେନ୍ଦ୍ର ରାଓ, ଝିଝରୁ ମାଝୀ, ଅମ୍ବିକା ମାଝୀ, ଉଜ୍ଜଳ ଦେଇ ମାଝୀ, ରାଜେନ୍ଦ୍ର ନାଏକ, ହୁତାଶନ ନାଏକ, ପି ମାଉଲି, ରଙ୍ଗା ମହାନ୍ତି, ବାଳକୃଷ୍ଣ ବୈଦ୍ୟ ଙ୍କ ସହ ପାଞ୍ଚଶହ ରୁ ଉର୍ଦ୍ଧ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ.
Sign in
Sign in
Recover your password.
A password will be e-mailed to you.