ଜଗତସିଂହପୁର (ସୁମନ୍ତ ଦାସ) : ଜନ ଶିକ୍ଷଣ ସସ୍ଥାନ ଜଗତସିଂହପୁର ଦ୍ଵାରା ପୁରାତନ ପ୍ରଶିକ୍ଷାର୍ଥୀ ସମାରୋହ ଜନ ଶିକ୍ଷଣ ସସ୍ଥାନ ପରିସରରେ ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ସଂସ୍ଥାନ ତରଫୁର ବିଭିନ୍ନ ଧନ୍ଦାମୂଳ ତାଲିମର ପୁରାତନ ପ୍ରଶିକ୍ଷାର୍ଥୀ ମାନଙ୍କ ଦ୍ଵାରା ଉତ୍ପାଦିତ ସାମଗ୍ରୀ ଗୁଡିକ ପ୍ରଦର୍ଶନ କରାଯିବା ସହ ଏକ ସାଧାରଣ ସଭା ଆୟୋଜନ କରାଯାଇଥିଲା | ଉକ୍ତ ସଭାରେ ସଂସ୍ଥାନର ଅଧ୍ୟକ୍ଷ ଖିରୋଦ ଚନ୍ଦ୍ର ମହାପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ବିଧାୟକ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଶାନ୍ତ ମୁଦୁଲି, ସମାନୀୟ ଅତିଥି ଭାବେ ଅଧ୍ୟକ୍ଷା ଜିଲ୍ଲାପରିଷଦ ଶ୍ରୀମତୀ ପ୍ରିୟଦର୍ଶିନୀ ବିଶ୍ୱାଳ, ତାପସ କୁମାର ସ୍ୱାଇଁ ସମାଜସେବୀ ଲଷ୍ମୀପ୍ରିୟା ମହାନ୍ତି ମୁଖ୍ୟ ବକ୍ତା ଭାବେ ଯୋଗଦାନ କରିଥିଲେ | ସଂସ୍ଥାନର ନିର୍ଦ୍ଦେଶକ କିଶୋର କୁମାର କାର୍ଯ୍ୟକ୍ରମ ଉଦେଶ୍ୟ ସମ୍ପର୍କରେ ଆଲୋଚନା କରିଥିଲେ l ସଭାରେ ପୁରାତନ ପ୍ରଶିକ୍ଷାର୍ଥୀ ମାନେ ନିଜ ନିଜସ୍ତରରେ ସ୍ୱାବଲମ୍ବୀ ହୋଇଥିବାର ସଫଳ କାହାଣୀ ବର୍ଣନା କରିଥିଲେ | ଜିଲ୍ଲାସ୍ତରରୁ ସାତ ଜଣ ସଫଳ ହିତାଧିକାରୀଙ୍କୁ ମାନପତ୍ର ଦେଇ ସମ୍ବର୍ଡିତ କରାଯାଇଥିଲା ଏବଂ ଜାତୀୟ ସ୍ଥଳରେ କୌଶଳଚାର୍ଯ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା l ଉପସ୍ଥିତ ନିମନ୍ତ୍ରିତ ଅତିଥିମାନ ପୁରାତନ ପ୍ରଶିକ୍ଷାର୍ଥୀ ମାନଙ୍କ ଦ୍ଵାରା ଆୟୋଜିତ ଉତ୍ପାଦିତ ସାମଗ୍ରୀ ଷ୍ଟଲ ଗୁଡିକୁ ଭୂୟସୀ ପ୍ରଶଂସା କରିବା ସହ ସେମାନଙ୍କ ଭବିଷ୍ୟତ ଉଜ୍ୱଳ କାମନା କରିଥିଲେ l କାର୍ଯ୍ୟକ୍ରମରେ ଜଗତସିଂହପୁର ଜିଲ୍ଲା ସମସ୍ତ ବ୍ଲକ ରୁ 100 ପୁରାତନ ପ୍ରଶିକ୍ଷାର୍ଥୀ ଯୋଗଦେବା ସହିତ ସେମାନଙ୍କ ଉତ୍ପାଦନ ସାମଗ୍ରୀ ଗୁଡିକୁ ପ୍ରଦର୍ଶିତ କରିଥିଲେ l ସଂସ୍ଥାନ ସମସ୍ତ ତାଲିମଦାତା ଓ କର୍ମଚାରୀ ମାନେ ସଭାକୁ ଆୟୋଜନ କରିଥିବା ବେଳେ ସଂସ୍ଥାନର କାର୍ଯ୍ୟକ୍ରମ ଅଧିକାରୀ ମନୋଜ କୁମାର ସେଠି ଧନ୍ୟବାଦ ଅର୍ପଣ କରିଥିଲେ l
Sign in
Sign in
Recover your password.
A password will be e-mailed to you.