ବ୍ଳକ କାର୍ଯ୍ୟାଳୟରେ ତାଲା ପକାଇଲେ ଚାଷୀ

15

ପଦ୍ମପୁର (ଶାସକ ପ୍ରଶାସକ) ବୀମା କମ୍ପାନୀର ଟାଲଟୁଲ ନିତି ତଥା ଚାଷୀଙ୍କ ବୀମା ରିଜେକ୍ଟ କରିଥିବା ବିମା କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ତଥା ଚାଷୀଙ୍କ ବୀମା ବୈଧତା କରିବା ପାଇଁ ଚାଷୀଙ୍କ ମାନେ ଆଜି ରାଜବୋଡାସମ୍ବର ବ୍ଳକ କାର୍ଯ୍ୟାଳୟକୁ ତାଲା ଦେଇଛନ୍ତି । ବର୍ତ୍ତମାନ ସମୟରେ ପଦ୍ମପୁର ଉପଖଣ୍ଡରେ ସ୍ବଳ୍ପ ବୄଷ୍ଟିପାତ ଯୋଗୁଁ ମରୁଡ଼ି ଦେଖାଦେଇଛି ।

ସରକାରଙ୍କ ନିୟମ ଅନୁସାରେ ପ୍ରାକୃତିକ ଦୁର୍ବିପାକର କ୍ଷତିପୂରଣ ପାଇଁ ଚାଷୀମାନେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବିମା ପଞ୍ଜିକରଣ କରିଥିଲେ । ହେଲେ ବୀମା କମ୍ପାନୀ ବିଭିନ୍ନ ଆଳ ଦେଖାଇ ଚାଷୀଙ୍କ ବୀମା ରିଜେକ୍ଟ କରୁଛି । ଏହିର ପ୍ରତିବାଦରେ ଶତାଧିକ ଚାଷୀ ରାଜବୋଡାସମ୍ବର ବ୍ଳକ କାର୍ଯ୍ୟାଳଳୟରେ ତାଲା ପକାଇ ବନ୍ଦ କରିଛନ୍ତି ।

Leave A Reply

Your email address will not be published.