ବଲାଙ୍ଗୀର / ନିରୋଜ ମିଶ୍ର : ଆଜି ବଲାଙ୍ଗୀର ସହର ମଧ୍ୟରେ ଥିବା ସାଗରପଡାରେ ରହୁଥିବା ଭଗବାନ ଠାକୁର ଙ୍କ ବିୟୋଗ ହୋଇଛି।ତେବେ ସୂଚନା ଅନୁସାରେ ଭଗବାନ ଠାକୁର ୧୯୧୯ମସିହାରେ ଜନ୍ମ ଗ୍ରହଣ କରିଥିଲେ।ଓ ବଲାଙ୍ଗୀର ଭେଟନାରୀ ମିଳ୍କ ଏନାଲେସିଷ୍ଟ ରେ କାର୍ଯ୍ୟରତ ଥିଲେ ଓ ୧୯୮୦ ମସିହାରେ କାର୍ଯ୍ୟ ରୁ ଅବସରନେଇଥିଲେ। ତା ସହ ସେଜଣେ ମେଳାପୀ ପରୋପକାରୀ, ଏବଂ ଧାର୍ମିକ ସମାବେଶ ଗୁଡିକରେ ସବୁ ସମୟ ଦେଉଥିଲେ।ତାଙ୍କ ର ଦୃଢ଼ ମନୋବଳ ଓ ପରୋପକାରୀତା କୁ ନେଇ ସବୁଠି ଆନ୍ତରିକତା ଜାଗ୍ରତ ହେବା ସହ ସମସ୍ତଙ୍କ ମନ ମଧ୍ୟରେ ଘର କରିପାରିଥିଲେ।ଅନ୍ୟପଟେ ସେ ଅନେକ ଧର୍ମମାନୁଷ୍ଠାନ ଗୁଡ଼ିକରେ ନିଜ ଭକ୍ତି ଭାବ ବିସ୍ତାର କରିବା ସହ ଅନେକ ଙ୍କୁ ଭକ୍ତିମାର୍ଗର ମଧ୍ୟ ଦର୍ଶନ କରାଇଥିଲେ।ତାଙ୍କ ମଧ୍ୟରେ ଜଣେ ସଚ୍ଚୋଟ ମାନବିକତାର ପରିଚୟ ଝଲ ଝଲ ହୋଇ ଦେଖାଦେଇ ଥିବା ବେଳେ ଆଜି ତାଙ୍କ ବିଯୋଗ ରେ ସବୁଠି ଶୋକ ର ସାୟା ଖେଳିଯାଇଛି।ତେବେ ଆଜି ସକାଳୁ ସେ କିଛିଟା ଅସୁସ୍ଥ ଅନୁଭବ କରିଥିଲେ।ଯାହା ପରେ ସକାଳ୧୦:୩୦ ସମୟରେ ସମସ୍ତଙ୍କୁ ଦୁଃଖର ସାଗର ରେ ଭସାଇ ଇହଧାମ ତ୍ୟାଗ କରିଥିଲେ।ତାଙ୍କ ବିୟୋଗ କୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକ ର ଲହରୀ ଖେଳିଯାଇଛି।ଏବଂ ତାଙ୍କ ଅନ୍ତେଷ୍ଟି କ୍ରିୟା ସ୍ଥାନୀୟ ବିଭୁତି ପଡ଼ା ଠାରେ ସମାପନ ହୋଇଥିଲା।ଏହି ଅବସରରେ ତାଙ୍କ ଭାଇ ବିନୋଦ ଠାକୁର,ବଡ଼ ପୁଅ ଅଶୋକ ଠାକୁର,ଅଶ୍ୱିନୀ ଠାକୁର,ଅକ୍ଷୟ ଠାକୁର,ଅରୁଣ ଠାକୁର,ତାଙ୍କ ପୁତୁରା ଅନିଲ ଠାକୁର,ରଞ୍ଜନ ଠାକୁର, ରଶ୍ମିନ ଠାକୁର, ଏବଂ ନାତି ଅଂଶୁମାନ ଠାକୁର,ଅବିନାଶ ଠାକୁର,ଅଭିଳାଷ ଠାକୁର, ଅଭିଷେକ ଠାକୁର,ଅଭିଜିତ ଠାକୁର,ଏବଂ ସହର ର ଗଣମାନ୍ୟ ବ୍ୟକ୍ତି ଙ୍କ ସହ ବହୁ ସଂଖ୍ୟାରେ ବ୍ୟକ୍ତି ବିଶିଷ୍ଠ ଉପସ୍ଥିତ ଥିଲେ।ଏବଂ ମୁଖାଗ୍ନି ଅଶୋକ ଠାକୁର ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.