କଟକ ସଦର ବିଜୁ ଛାତ୍ରଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ।

0

ନିଶ୍ଚିତ କୋଇଲି (ଦେବେନ୍ଦ୍ର ଷଢଙ୍ଗି) : କଟକ ସଦର ବିଜୁ ଛାତ୍ରଜନତା ତରଫରୁ କିଶୋରନଗର ମହାବିଦ୍ୟାଳୟ ପରିସରରେ ଓଡ଼ିଶା ମୋ ପରିବାର ଓ ଜୀବନବିନ୍ଦୁ କାର୍ଯ୍ୟକ୍ରମ ମିଳତ ଉଦ୍ୟମରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କଟକ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରା ଯୋଗ ଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା ସହ ରକ୍ତଦାନ କରିବା ଏକ ମହତ କାର୍ଯ୍ୟ ବୋଲି ପ୍ରକାଶ କରିଥିଲେ । ଏହି ଶିବିରରେ ୪୧ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ସଭ୍ୟ ବିଳାସ ମଲ୍ଲିକ, ସୁଭଦ୍ରା ଦାସ, ଛାତ୍ର ବିଜେଡ଼ି ସଭାପତି ସତ୍ୟ ସିଦ୍ଧାନ୍ତ ଦାସ , ଯୁବ ସଭାପତି ହିମାଂଶୁ ଦାସ, କଟକ ଜିଲ୍ଲା ବିଜେଡ଼ି ସାଧାରଣ ସମ୍ପାଦକ ଅଚ୍ୟୁତାନନ୍ଦ ଦାସ, ସୋସିଆଲ ମିଡ଼ିଆ ସଂଯୋଜକ ଏମ୍ଡଡି ଏତେସାମ,ବାଦଲ ସାହୁ ,ପବିତ୍ର ସାହୁ, କାର୍ତ୍ତିକ ବେହେରା ,ସାରଦା ସ୍ୱାଇଁ, ବଳରାମ ସାହୁ, ମିଲନ ସାହୁ, ପ୍ରକାଶ ମାଝୀ,ପ୍ରମୋଦ ମହାପାତ୍ର ବିଭୁତି ପରିଡା ପ୍ରମୁଖ ଯୋଗଦାନ କରିଥିଲେ ।

Leave A Reply

Your email address will not be published.