ପଦ୍ମପୁର: ପଦ୍ମପୁର ନିକଟସ୍ଥ ମହୁଲପାଲି ସ୍କୁଲ ପଡ଼ିଆ ରେ କେ.ସି.ସି. ଦ୍ଵାରା ଆୟୋଜିତ ୨୦ତମ କ୍ରିଷ୍ଣା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଗତ ବୁଧବାର ଅନୁଷ୍ଠିତ ହେବା ସ୍ଥିରୀକୃତ ଥିଲା କିନ୍ତୁ ମହୁଲପାଲି ତଥା ପଦ୍ମପୁର ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ମ୍ୟାଚ ଆୟୋଜନ ବାଧାପ୍ରାପ୍ତ ହୋଇଛି। ଅଦିନିଆ ବର୍ଷା ଯୋଗୁଁ ଟୁର୍ଣ୍ଣାମେଣ୍ଟ ପାଇଁ ବ୍ୟବହୃତ ସ୍କୁଲ ପଡ଼ିଆରେ ପାଣି ଜମି ରହିଥିବାର ସୂଚନା ମିଳିଛି। ଆୟୋଜକ କମିଟୀ ପିଚ କୁ ଢାଙ୍କି ରଖିବା ସହିତ ପଡ଼ିଆର ଅବଶିଷ୍ଟ ଅଞ୍ଚଳକୁ ମଧ୍ୟ ଶୁଖାଇବା ପାଇଁ ଚେଷ୍ଟା ଜାରି ରଖିଛନ୍ତି। ପୂର୍ବରୁ ଅନୁଷ୍ଠିତ ସେମିଫାଇନାଲ ମ୍ୟାଚରେ ବିଜୟୀ ହୋଇ ଉପରବାହାଲ ଓ ବାଟତେର୍ମା ଦଳ ଫାଇନାଲ ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ପାଗ ଶୁଖିଲା ରହିଲେ ଶୁକ୍ରବାର ଦିନ ନିଶ୍ଚୟ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ବୋଲି କେ.ସି.ସି ତରଫରୁ ଦେବାଶିଷ ଦର୍ଶକମାନଙ୍କ ପାଇଁ ସୂଚନା ଦେଇଛନ୍ତି। କ୍ଲବର ସଦସ୍ୟ ପ୍ରଦୀପ, ଅନୀଲ, ପ୍ରଶାନ୍ତ, ରଜତ, ସୁଜିତ, କ୍ରିଷ୍ଣା, ଅରବିନ୍ଦ, ବାଦଲ, ନିଖିଳ, ମନଜିତ ଆଦି ବିଶେଷ ସହଯୋଗ କରୁଛନ୍ତି।
Sign in
Sign in
Recover your password.
A password will be e-mailed to you.
Next Post