ରାୟଗଡ(ସରୋଜ କୁମାର ସାହୁ) : ପ୍ରେସ କ୍ଲବ ରାୟଗଡର ନୂତନ କର୍ମକର୍ତା ଚୟନ କାର୍ଯ୍ୟକ୍ରମ ପ୍ରେସ କ୍ଲବର ନିଜସ୍ୱ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମର ଚୟନ ଅବସରରେ ପ୍ରେସ କ୍ଲବର ସଭ୍ୟ ଓ ଓଟିଭି ଜିଲ୍ଲା ପ୍ରତିନିଧି ସ୍ୱର୍ଗତ ମନୋଜ କୁମାର ପାତ୍ରଙ୍କ ଅକାଳ ମୃତ୍ୟୁରେ ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯିବା ସହ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ସର୍ବସମ୍ମତି କ୍ରମେ ସଭାପତି ଭାବେ ରଞ୍ଜନ କୁମାର ରଥ ଏବଂ ସାଧାରଣ ସମ୍ପାଦକ ଭାବେ ଯୋଗେଶ୍ୱର ଦାସଙ୍କୁ ଚୟନ କରିଥିବା ବେଳେ ଉପଦେଷ୍ଟା ଭାବେ ନୃସିଂହନାଥ ପାଢୀ, ଉପ-ସଭାପତି ଭାବେ ସି. ଏଚ. ଶ୍ରୀନିବାସ, ସହ-ସମ୍ପାଦକ ଭାବେ ୱାଇ. ଦାମୋଦର ଏବଂ କୋଷାଧ୍ୟକ୍ଷ ଭାବେ ସୀମାଂଚଳ ପଣ୍ଡାଙ୍କୁ ମନୋନିତ କରାଯାଇଥିଲା । ଚୟନ ହୋଇଥିବା ନୂତନ କର୍ମକର୍ତା ମାନେ ଆଜି ଠାରୁ ଆଗାମୀ ଦୁଇ ବର୍ଷ ପର୍ଯ୍ୟନ୍ତ କ୍ଲବର ଉନ୍ନତି ପାଇଁ କାର୍ଯ୍ୟ କରିବେ । ଉକ୍ତ ନିର୍ବାଚନ ପୂର୍ବରୁ ବିଗତ ଦିନରେ କ୍ଲବରେ ହୋଇଥିବା ଆର୍ଥିକ ଅନିୟମିତତା ନେଇ ଅନୁସନ୍ଧାନ ପାଇଁ ଯେଉଁ କମିଟି ଗଠନ କରାଯାଇଥିଲା ସେହି କମିଟିର ଅଧ୍ୟକ୍ଷ ତଥା ବରିଷ୍ଠ ସଭ୍ୟ ଯୋଗେଶ୍ୱର ଦାସ ନିଜ ରିପୋର୍ଟ ଉପସ୍ଥାପନ କରିଥିଲେ । ଏହି ଅବସରରେ ନିର୍ବାଚନ ଅଧିକାରୀ ଭାବେ କ୍ଲବର ବରିଷ୍ଠ ସାମ୍ବାଦିକ ତଥା ପ୍ରତିଷ୍ଠାତା ସଦସ୍ୟ ଶ୍ରୀ ନୃସିଂହନାଥ ପାଢୀ ଦାୟିତ୍ୱ ତୁଲାଇଥିବା ବେଳେ କ୍ଲବର ସଭ୍ୟ ବାଳକୃଷ୍ନ ପଟ୍ଟନାୟକ, ସଂଗ୍ରାମ ପଟ୍ଟନାୟକ, ଗୋପ ରଞ୍ଜନ ବକ୍ସିପାତ୍ର, ସୁଶାନ୍ତ କୁମାର ପ୍ରଧାନ, କୃଷ୍ନକାନ୍ତ ଜେନା, ବିବେକ ଶତପଥୀ ଓ ଶିବସାଇ ବକ୍ସିପାତ୍ର ପ୍ରମୁଖ ପରିଚାଳନା କରିଥିଲେ ।
Sign in
Sign in
Recover your password.
A password will be e-mailed to you.