କଲ୍ୟାଣସିଂହପୁର:ପ୍ରଦୀପ ଦଲାଇ/ରାୟଗଡା ଜିଲ୍ଲା କଲ୍ୟାଣସିଂ ହପୁର ବ୍ଲକ ସଦର ପଞ୍ଚାୟତର ପୁଇଗୁଡା ରେ ଥିବା ଜାଡ଼ିପୁଲାମା ମନ୍ଦିର ରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଦେହ ପୁଲିସ ଉଦ୍ଧାର କରିଥିବା ଦେଖିବାକୁ ମିଳିଛି ।ଉକ୍ତ ଯୁବକ ପ୍ରାୟ ୨ବର୍ଷ ହେବ ଆସି ପୁଇଗୁଡା ରେଥିବା ଭଙ୍ଗା ଜାଡ଼ିପୁଲାମା ମନ୍ଦିରରେ ରହି ଗାଁରେ ଭିକ ମାଗି ଚଳି ଆସୁଥିଲା ।ତାର ଆଜି ମୃତ୍ୟୁ ହୋଇଥିବା ଗାଈ ଚରାଲି ଦେଖି ନିକଟସ୍ଥ ଲୋକଙ୍କୁ ଜଣାଇଥିଲେ ।ଏହିଖବର ଗଣମାଧ୍ୟମ ପ୍ରତିନିଧିମାନେ ଶୁଣି ବିଡ଼ିଓ, ତହସିଲଦାର ଓ ଥାନାକୁ ଜଣାଇଥିଲେ । ଉକ୍ତ ଖବର ସ୍ଥାନୀୟ ପୁଲିସ ଏସ ଆଇ ଶିବପ୍ରସାଦ ସାହୁ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ଘଟଣାର ତଦନ୍ତ ଚଳାଇଛନ୍ତି ।ବର୍ତ୍ତମାନ ବୃଦ୍ଧଙ୍କ ପରିଚୟ ସୁନାଖଣ୍ଡି ପଞ୍ଚାୟତ ର ଜଗନ୍ନାଥପୁର ପଦରସାହିର ବୃଦ୍ଧ ସୁନ୍ଦର ନାଗ ବୋଲି ଥାନା ଅଧିକାରୀ ସୁକୁମା ହଂସୁଦା ସୂଚନଦେଇଛନ୍ତି ।
Sign in
Sign in
Recover your password.
A password will be e-mailed to you.