ଅସ୍ତରଙ୍ଗ/ ଦୁଃଶାସନ ନାୟକ : , ଅସ୍ତରଙ୍ଗ ବ୍ଲକ ବିଜୁ ଜନତା ଦଳ ତରଫରୁ ବେ,ଜେ, ଡି ର 25 ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ, ଏହି ବ୍ଲକ ଅଧିନ, ନମାରୋ ଗ୍ରାମ ପଡ଼ିଆ ଠାରେ ରବିବାର ଦିନ ରୌପ୍ୟ ଜୟନ୍ତି ସମାରୋହ ପାଳିତ ହୋଇ ଯାଇ ଅଛି । ପ୍ରାରମ୍ଭରେ ମନ୍ତ୍ରୀ ତୁଷାର କାନ୍ତି ବେହେରା, ବିଜୁବାବୁଙ୍କ ଫଟୋରେ ପୁଷ୍ପ ମାଲ୍ୟ ଅର୍ପଣ ପୂର୍ବକ ,ପ୍ରଦୀପ ପ୍ରଯୋଳନ କରି ଜୟନ୍ତୀ ସମାରହୋ କୁ ଉଦ୍ଘାଟନ କରିଥିଲେ । ମନ୍ତ୍ରୀ ଶ୍ରୀ ବେହେରା ମୁଖ୍ୟ ମନ୍ତ୍ରୀ ନବୀନ ପଟନୟକ ବିଭିର୍ଣ ଜନ କଲ୍ୟାଣ କାରୀ ଯୋଜନା ଯଥା,ବିଜୁ ସ୍ମାର୍ଟକାର୍ଡ,ଆଶୀର୍ବାଦ ଯୋଜନା,ଆବାସ ଯୋଜନା, ଟଙ୍କିକିଆ ଚାଉଳ, କରନା ସହା ୟତା , ବିଦ୍ୟାଳୟ , ଫାଇପି ଟି ରେ କାର୍ଯ୍ୟକ୍ରମ ଆଦି ଉପରେ ଆଲୋକପାତ କରିବାସହ, ନବୀନ ପଟନାୟକ କଥା ନୁହେଁ କାମରେ ବିଶ୍ୱାସ କରନ୍ତି ବୋଲି କହିଥିଲେ । ସେହିପରି ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷ ସ୍ୱାଧୀନ କୁମାର ନାୟକ, ମିଶନ ଶକ୍ତି,ଆଗାମୀ ପଞ୍ଚୟତ ନିର୍ବାଚନ ଉପରେ ଆଲୋଚନା କରି ,ବିଜୁ ଜନତା ଦଳ, କିପରି ଆସନ୍ତା ନିର୍ବାଚନ ରେ ବିପୁଳ ସଂଖ୍ୟାରେ, ଜୟଯୁକ୍ତ ହେବ, ସେ ନେଇ,ଉପସ୍ତିତ ଥିବା ଶତାଧିକ ମହିଳା ଗୋଷ୍ଠୀ ର ସଭ୍ୟା ମାନଙ୍କୁ, ନିବେଦନ ବା ଆହ୍ୱାନ ଦେଇଥିଲେ । ତତ ପରେ ମୁଖ୍ୟମନ୍ତ୍ରୀ ଙ୍କର ଭାଷଣ, ଭର୍ଚୁଆଲ ମାଧ୍ୟମରେ ପ୍ରସାରଣ କରାଯାଇଥିଲା ଓ ସ୍ୱାସ୍ଥ୍ୟ କାର୍ଡ,ଶିକ୍ଷା ଓ ସ୍ୱାସ୍ଥ୍ୟ ର ଉନ୍ନତି , ମହିଳାଙ୍କ ପାଇଁ 50 ପର୍ସେଣ୍ଟ ସ୍ଥାନ,ଆଦି ନେଇ କହିବା ସହ,ଓଡିଶା ବାସିଙ୍କ ଇଛାରେ ବିଜୁ ଜନତା ଦଳ କାର୍ଯ୍ୟ କରୁଛି ବୋଲି କହି, ସମସ୍ତଙ୍କୁ ନୂତନ ବର୍ଷର ଅଭିନନ୍ଦନ ଜଣାଇ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ, ଜିଲ୍ଲା ପରିଷଦ ସଭ୍ୟ, ପଞ୍ଚାନନ ସ୍ଵାଇଁ, ମିନତୀ ସ୍ଵାଇଁ, ଚମ୍ପକ ଵାରିକ,ମିନତୀ ବସ୍ତିଆ,ଆଦି ଭାଷଣ ଦେଇ ଥିବାବେଳେ, ସଭା ପରିଚାଳନା କରିଥିଲେ ଶୋଭାକର ବେହେରା, । ଧନ୍ୟବାଦ ଅର୍ପଣ କରିଥିଲେ ଆରତୀ କାଣ୍ଡି ।
Sign in
Sign in
Recover your password.
A password will be e-mailed to you.
Prev Post