ପୁରୀ/ଅନିମେଶ ପଟ୍ଟନାୟକ: ସୁବର୍ଣ୍ଣପୁରର ବରିଷ୍ଟ ସାମ୍ବାଦିକ ତଥା ଓଜେୟୁର ଆଜୀବନ ସଦସ୍ୟ ବିନୟ ରଞ୍ଜନ ପ୍ରଧାନ ହୃଦଜନିତ ରୋଗରେ ପୀଡିତ ହୋଇ ଏବେ ବୁର୍ଲା ଭୀମସାର ମେଡିକାଲ ରେ ଚିକିତ୍ସାଧିନ। ଶ୍ରୀ ପ୍ରଧାନଙ୍କ ଆଶୁ ଆରୋଗ୍ୟ କାମନା କରି ରବିବାର ଶ୍ରୀମନ୍ଦିର ସିଂହଦ୍ୱାର ସମୁଖରେ ପୁରୀ ଓ .ଜେ .ୟୁ ଶାଖା ପକ୍ଷରୁ ଦୀପଦାନ କରାଯାଇଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ତାଙ୍କର ଶୀଘ୍ର ସୁସ୍ଥ କରିବା ପାଇଁ ପ୍ରାର୍ଥନା କରାଯାଇଛି । ଅନ୍ୟପଟେ, ପୁରୀ ଜିଲ୍ଲା ସଭାପତି ବିଜୟ ମିଶ୍ରଙ୍କ ସଭାପତିତ୍ବରେ ଏକ ସଭା ଆୟୋଜନ କରାଯାଇ ଅସୁସ୍ଥ ସାମ୍ବାଦିକ ବିନୟ ରଞ୍ଜନଙ୍କ ଆଶୁ ଆରୋଗ୍ୟ କାମନା ସହିତ ରାଜ୍ୟ ସଙ୍ଘର ନୂତନ କର୍ମକର୍ତ୍ତାଙ୍କୁ ସ୍ୱାଗତ କରାଯାଇଛି । ନୂତନ ସଭାପତି ଶଶୀଭୁଷଣ ପ୍ରହରାଜ, ସାଧାରଣ ସମ୍ପାଦକ ଶ୍ରୀନିବାସ ରାଓ ଓ ସମସ୍ତ ପଦାଧିକାରୀ ମାନଙ୍କୁ ସ୍ୱାଗତ ସହ ନୂଆବର୍ଷ ରେ ନୂଆ କମିଟି ସାମ୍ବାଦିକ ମାନଙ୍କ ପାଇଁ ଲଢେଇ ଜାରି ରଖୁ ବୋଲି ଶାଖା ପକ୍ଷରୁ ନିବେଦନ କରାଯାଇଛି । ଜିଲ୍ଲା ସଭାପତିଙ୍କ ନେତୃତ୍ୱ ରେ ସମ୍ପାଦକ ସୁଧାଂଶୁ ଶେଖର କର,କାର୍ଯ୍ୟକାରୀ ସଭାପତି ଅକ୍ଷୟ ସ୍ୱାଇଁ, ଉପସଭାପତି ବିଶ୍ୱନାଥ ମିଶ୍ର,ସଂଗଠନ ସମ୍ପାଦକ ନିରଞ୍ଜନ ମିଶ୍ର, ସହସମ୍ପାଦକ ଦେବେନ୍ଦ୍ର କୁମାର ନନ୍ଦ(ରୁବି ), ସୁଶାନ୍ତ କୁମାର ସାହୁ ଓ ସଞ୍ଜୟ ଅଗ୍ରୱାଲ, କୋଷାଧକ୍ଷ ସାଗର ମଦନ ମୋହନ ପ୍ରତିହାରୀ, କାର୍ଯ୍ୟକାରୀ ସଦସ୍ୟ ସତ୍ୟନାରାୟଣ ପଟ୍ଟନାୟକ, ଦିବ୍ୟରଞ୍ଜନ ବିଶୋଇ, ଅନିମେଶ ପଟ୍ଟନାୟକ, ପ୍ରଦୀପ ପ୍ରଧାନ ଓ ଅନ୍ୟମାନେ ଯୋଗଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post