ଗୁଣୁପୁର ପ୍ରେସ କ୍ଳବ ଗଠିତ

0

ଗୁଣୁପୁର ରୁ ସନ୍ତୋଷ କୁମାର ଚୌଧୁରୀ: ଗୁଣୁପୁର ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଆହି ଗୁଣୁପୁର କାର୍ଯ୍ୟରତ ସାମ୍ବାଦିକ ଙ୍କୁ ନେଇ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି ଏହି ବୈଠକ ରେ ଗୁଣୁପୁର ଉପଖଣ୍ଡ ର ସାମ୍ବାଦିକ ଙ୍କ ବିଭିନ୍ନ ସମସ୍ୟା ଏବଂ ସ୍ୱାସ୍ଥ୍ୟ କାର୍ଡ ଉପରେ ଆଲୋଚନା କରାଯାଇ ଥିଲା | ଏହି ବୈଠକରେ ଏହି ସବୁ ସମସ୍ୟା କୁ ଦୃଷ୍ଟି ରେ ରଖି ଗୁଣୁପୁର ଉପଖଣ୍ଡ ପାଇଁ ଗୁଣୁପୁର ପ୍ରେସ କ୍ଳବ ଗଠନ କରାଯିବା ପାଇଁ ନିଷ୍ପତ୍ତି କରାଯାଇଥିଲା |
ଗୁଣୁପୁର ପ୍ରେସ କ୍ଳବ ରେ ସର୍ବସମ୍ମତି କ୍ରମେ ସଭାପତି ଭାବେ ପ୍ରମୋଦ କୁମାର ସାହୁ, ଆବାହକ ଅନିଲ କୁମାର ସାହୁକାର ଉପସଭାପତି ରବୀନ୍ଦ୍ର ମୋହିନୀ , ସାଧାରଣ ସମ୍ପାଦକ ରାଜେଶ ପଣ୍ଡା, ସହ ସମ୍ପାଦକ ଜଗନାଥ ମହାନ୍ତି ଏବଂ କୋଷାଧକ୍ଷ୍ୟ ଭାବେ ବ୍ରଜସୁନ୍ଦର ପାଢ଼ୀ ଙ୍କୁ ନିର୍ବାଚିତ କରାଯାଇଛି ଏହି କମିଟି ରେ ଉପଦେଷ୍ଟା ଭାବେ ବରିଷ୍ଠ ସାମ୍ବାଦିକ ଲୋକନାଥ ପାଣିଗ୍ରାହୀ, ଡ଼କ୍ଟର ଚନ୍ଦ୍ରଧ୍ଵଜ ପଣ୍ଡା, ବରିଷ୍ଠ ଓକିଲ ଜୟଶ୍ରୀ ମହାପାତ୍ର ଏବଂ ବରିଷ୍ଠ ସାମ୍ବାଦିକ ତ୍ରିନାଥ ଖାଡ଼ଙ୍ଗାଙ୍କୁ ଚୟନ କରାଯାଇଥଲା | ଖୁବ ଶୀଘ୍ର ଗୁଣୁପୁର ପ୍ରେସ କ୍ଳବର ଆବଶ୍ୟକୀୟ କାଗଜପତ୍ର ଖୁବ ଶୀଘ୍ର କରିବା ସହ ପ୍ରତି ମେମ୍ବରଙ୍କୁ ଆଇ କାର୍ଡ ଗୁଣୁପୁର ପ୍ରେସ କ୍ଳବ ତରଫରୁ ଦିଆଯିବ ବୋଲି ଗୁଣୁପୁର ପ୍ରେସ କ୍ଳବ ର ସଭାପତି ପ୍ରମୋଦ କୁମାର ସାହୁ ଜଣାଇଛନ୍ତି |

Leave A Reply

Your email address will not be published.