ଦେଶୀ ବନ୍ଧୁକ ଧରିଭୟଭୀତ କରି ବୁଲୁ ଥିବା ଗୋପାଳ ଚାମିଆ କୁ ଗିରଫ କରି କୋର୍ଟ ଚାଲାଣ କଲା ପୁଲିସ।

0

କଲ୍ୟାଣସିଂହପୁର:ପ୍ରଦୀପ ଦଲାଇ/ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସିକରପାଇ ଛକ ରେ ଦେଶୀ ବନ୍ଧୁକ ଧରି ଭୟଭୀତ କରି ବୁଲୁଥିବା ଯୁବକ ଗୋପାଳ ଚାମିଆ କୁ ଗିରଫ କରି କେଶ ନମ୍ବର ୧୧୩/୨୧ ଦଫା୨୫(a)/୨୭କୋର୍ଟ ଚାଲାଣ କରିଥିବା ପୁଲିସ କହିଛନ୍ତି ।ମଙ୍ଗଳବାର ଦିନ ଜଣେ ଯୁବକ ସିକରପାଇ ଛକରେ ଦେଶିବନ୍ଧୁକ ଧରି ଲୋକଙ୍କୁ ଭୟଭୀତ କରୁଥିବା ବେଳେ କୁମିଙ୍ଗି ସାରି (ଏସ ଡି ପି ଓ) ଉପଜିଲା ପୁଲିସ ଅଧିକାରୀ ଦେବଜ୍ୟୋତି ଦାସ କଲ୍ୟାଣସିଂହପୁର ଦେଇ ରାୟଗଡା ଯାଉଥିବା ସମୟରେ ଉକ୍ତ ଯୁବକକୁ ଦେଖି ଥାନା ଅଧିକାରୀ ସୁକୁମା ହଂସଦା ଙ୍କୁ ଯୋଗାଯୋଗ କରିଥିଲେ ।ପୁଲିସକୁ ଦେଖି ଛକରେ ଥିବା ଦୋକାନ ପଛ ପଟକୁ ଯାଇ ଓଲୀୟା ଆବର୍ଜନା ଭିତରେଧରିଥିବା ଦେଶିବନ୍ଧୁକ କୁ ଲୁଚାଇ ଦେଇଥିଲେ ।ଏହାକୁ ପୁଲିସ ଖୋଜା ଖୋଜି କରି ଉକ୍ତ ଦେଶୀବନ୍ଧୁକ ପାଇବା ପରେ ଯୁବକ କୁ ଧରି ପଚାର ଉଚରା ଚଲାଇଥିଲେ। ଆଜି ଗୋପାଳ ଚାମିଆକୁ ଡାକ୍ତରୀ ପରୀକ୍ଷା କରି କୋର୍ଟ ଚାଲାଣ କରା ଯାଇଛି ବୋଲି ଥାନା ଅଧିକାରୀ ସୁକୁମା ହଂସଦା କହିଛନ୍ତି ।

Leave A Reply

Your email address will not be published.