ଅସ୍ତରଙ୍ଗ (ଦୁଃଶାସନ ନାୟକ) ପୁରୀ ଜିଲ୍ଲା ଅନ୍ତର୍ଗତ ତାଳଦା ପଞ୍ଚୟତ ଏଡ଼ବାଁସ ଗ୍ରାମର ବିଜୟ ପରିଡାଙ୍କ ପରିବାରକୁ ଆଜି ଅସ୍ତରଙ୍ଗ ବ୍ଳକର କଂଗ୍ରେସ ନେତୃମଣ୍ଡଳୀ ଭେଟିଛନ୍ତି । ବ୍ଳକ କଂଗ୍ରେସ ସଭାପତି ସୁକାନ୍ତ ମହାନ୍ତି ଙ୍କ ନେତୃତ୍ୱରେ ଏହି ନେତୃ ମଣ୍ଡଳୀ ମୃତ ବିଜୟଙ୍କ ପରିବାରକୁ ସାନ୍ତ୍ଵନା ଦେବା ସହିତ ପରିବାର ନ୍ୟାୟ ପାଇବା ପାଇଁ ସମସ୍ତ ଚେଷ୍ଟା ବା ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ବିଜୟଙ୍କ ପରିବାର ଲୋକ ସ୍ଥାନୀୟ ପୋଲିସ ଉପରେ ଅପରାଧୀ ଧରିବାରେ ସନ୍ଦେହ ପ୍ରକଟ କରିବା ସହିତ କଂଗ୍ରେସ ସଭାପତି ଙ୍କ ପାଖରେ କ୍ଷୋଭ ପ୍ରକାଶ କରିଥିଲେ। କଂଗ୍ରେସ ନେତୃ ମଣ୍ଡଳୀ ରେ ଯୋନ ସଭାପତି ପ୍ରଶାନ୍ତ କୁମାର ଭୋଳ, ନିହାର ପଟ୍ଟନାୟକ ଙ୍କ ସମେତ ଅନ୍ୟାନ୍ୟ କେତେକ କଂଗ୍ରେସ କର୍ମୀ ମାନେ ମଧ୍ୟ ସାମିଲ ହୋଇଥିଲେ । ବିଜୟ ତାଙ୍କ ପରିବାରର ଏକ ମାତ୍ର ରୋଜଗାର କ୍ଷମ ବ୍ୟକ୍ତି ହୋଇ ଥିବାରୁ ଦୁଇ ଗୋଟି ଛୋଟ ପିଲାଙ୍କୁ ଧରି ଚାଲିବା ପରିବାର ପାଇଁ ଦୁର୍ବିସହ ହୋଇପଡିଛି । ପରିବାର କୁ ସଠିକ ନ୍ୟାୟ ଓ ସରକାରୀ ସହାୟତା ପାଇଁ କଂଗ୍ରେସ ସଭାପତି ଶ୍ରୀ ମହାନ୍ତି ଦାବୀ କରିଛନ୍ତି ।
ଏଠାରେ ପ୍ରକାଶ ଯୋଗ୍ୟ ଯେ ଗତ ୧୮ତାରିଖ ଶନିବାର ଦିନ ସନ୍ଦେହ ଜନକ ଅବସ୍ଥାରେ ଏକ ଧାନ ବିଲରୁ ବିଜୟ ଙ୍କ ମୃତ ଦେହ ମିଳିଥିଲା | ପରେ ବିଜୟ ଙ୍କ ପତ୍ନୀ ଅସ୍ତରଙ୍ଗ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ତଦନ୍ତ ଚାଲୁ ରଖିଛି ।
Sign in
Sign in
Recover your password.
A password will be e-mailed to you.
Prev Post
Next Post