ଝାରବନ୍ଧ-ମନୋହର ଦାଶ:ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନା ରେ ଆଜି ନୂତନ ଆଇ.ଆଇ.ସି ଭାବେ ଯୋଗ ଦେଇଛନ୍ତି ସୁଷମା କହର। ଥାନା ର କାର୍ଯ୍ୟରତ କର୍ମଚାରୀ ମାନେ ତାଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିଥିଲେ ପୁର୍ବ ରୁ ସେ ଗାଇସିଲେଟ ଥାନା ରେ କାର୍ଯ୍ୟରତ ରହିଥିବା ବେଳେ ଏବେ ଜଗଦଲପୁର ଥାନା ର ଗୁରୁ ଦାୟିତ୍ୱ ବହନ କରିବେ। ଜଣେ ଦକ୍ଷ ମହିଳା ପୋଲିସ ଅଧିକାରୀ ଭାବେ ବିଭିନ୍ନ ଥାନାରେ ସେ ସଫଳତା ର ସହ କାର୍ଯ୍ୟ କରିଛନ୍ତି। ଅପରାଧ ଓ ନିଶା ବେପାର ଚର୍ଚ୍ଚା ରେ ରହିଆସୁଥିବା ଲଘୁ ଖଣିଜ ଚୋରା ଚାଲାଣ ନିୟନ୍ତ୍ରଣ ସହ ଅଞ୍ଚଳ ରେ ପେଟ୍ରୋଲିଂ କୁ କଡାକଡି ଗୁତୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି। ନିକଟରେ ବରଗଡ଼ ଜିଲ୍ଲା ରେ ଆଇନ ଶୃଙ୍ଖଳା ପରିସ୍ଥିତି କୁ କଡାକଡି କରିବା ଉଦ୍ଦେଶ୍ୟ ରେ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଏକାଧିକ ଥାନା ରୁ ଇନିଷ୍ପେକଟର ଓ କର୍ମଚାରୀ ମାନଙ୍କୁ ଅଦଲବଦଲ କରାଯାଇଛି।ପଦ୍ମପୁର ଉପଖଣ୍ଡ ମାଧ୍ୟମରେ ଥିବା ଥାନା ମଧ୍ୟରେ ଜଗଦଲପୁର ଏକ ଗୁରୁତ୍ୱପୂର୍ଣ୍ଣ ଥାନା ଅଟେ।
Sign in
Sign in
Recover your password.
A password will be e-mailed to you.