ପଦ୍ମପୁର : ଓଡିଶା ସଂଗୀତ ନାଟକ ଏକାଡେମୀ ର ସଚିବ ପ୍ରବୋଧ ରଥ ଓ ସଭ୍ୟ ରବିରାତନ ସାହୁ ତାରିଖ 21/12/21 ମଙ୍ଗଳବାର ଦିନ ଢୋଲବନ୍ଧସ୍ଥିତ ସଚେତନ ହେମା ଅନୁଷ୍ଠାନ ପରିଦର୍ଶନ କରିଥିଲେ l ଗ୍ରାମୀଣ ପରିବେଶ ମଧ୍ୟରେ କଳା, ସଂସ୍କୃତି, ଭାଷା, ନାଟକ ପାଇଁ ସମର୍ପିତ ନାଟ୍ୟ ଅନୁଷ୍ଠାନକୁ ପ୍ରଶଂସା କରିବା ସହ ଆଗକୁ ଅନୁଷ୍ଠାନଟିର ଉନ୍ନତି ସକାଶେ ଦିଗଦର୍ଶନ ଦେଇଥିଲେ l ଏହି ପରିଦର୍ଶନ ସମୟରେ ନାଟ୍ୟକାର ଅଶୋକ ବହିଦାର ଏହି ଅଂଚଳର ଗ୍ରାମୀଣ ନାଟ୍ୟକଳାକୁ ସଂରକ୍ଷଣ ତଥା ଆଗକୁ ନେଉଛି ବୋଲି କହି ଅନେକ ଦିଗ ପ୍ରତି ଦୃଷ୍ଟି ଆକର୍ଷଣ କରିଥିଲେ l ନାଟ୍ୟକାର ରାଜକୁମାର ସାହୁ ଅନୁଷ୍ଠାନ ତରଫରୁ ହେଉଥିବା କାର୍ଯ୍ୟକଳାପର ବିବରଣୀ ପ୍ରଦାନ କରିଥିଲେ l
ଏହିପରି ଏକ ସୌଭାଗ୍ୟପୂର୍ଣ୍ଣ ରାଜ୍ୟସ୍ତରୀୟ ସଚିବଙ୍କ ପରିଦର୍ଶନ ସମୟେ ଅନୁଷ୍ଠାନର ସମସ୍ତ କଳାକାର, ଭାଗବତ ମଣ୍ଡଳୀ,ଜୟ ଜଗନ୍ନାଥ କୀର୍ତ୍ତନ ମଣ୍ଡଳୀ, ନେହେରୁ ମେହେର, ପ୍ରଭାକର ସାହୁ, କୁଳମଣି ପଶୟତ,ଘନଶ୍ୟାମ ଭୋଇ, ଲଳିତ ସାହୁ, ବାବୁଲୁ ସାହୁ, ହେମନ୍ତ ମହାକୁର,ଗୁଣନିଧି ସେଠ, ଟୁନୁ ସେଠ, ଘନଶ୍ୟାମ ସାହୁ, ମହେନ୍ଦ୍ର ସାହୁ, ବାବୁଲୁ ସାହୁ ଆଦି ସମସ୍ତେ ଉପସ୍ଥିତ ଥିଲେ l ରାଜକୁମାର ସାହୁ ଅନୁଷ୍ଠାନଟିର ଉନ୍ନତି ପାଇଁ ଆଶୀର୍ବାଦ ଭିକ୍ଷା ପୂର୍ବକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
Sign in
Sign in
Recover your password.
A password will be e-mailed to you.
Prev Post