ଭୁବନେଶ୍ୱର : ଗୋଟିଏ ପଟେ କରୋନା ମହାମାରୀ ସାରା ବିଶ୍ୱକୁ କବଳିତ କରି ରଖିଥିବା ବେଳେ ଅନ୍ୟ ପଟେ ଦ୍ରୁତ ଗତିରେ ପ୍ରଦୂଷିତ ହେବାରେ ଲାଗିଛି ଆମ ପରିବେଶ । ପରିବେଶ ପ୍ରଦୂଷିତ ହେବା ଦ୍ୱାରା ଜନସାଧାରଣ ଅନେକ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେଣୁ ପରିବେଶକୁ ସ୍ୱଚ୍ଛ ରଖିବା ଦିଗରେ ଛାତ୍ରଛାତ୍ରୀମାନେ ଯତ୍ନବାନ ହୁଅନ୍ତୁ ବୋଲି ଉପଦେଶ ଦେଇଛନ୍ତି ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା, କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପଶୁପାଳନ ବିକାଶମନ୍ତ୍ରୀ ଡଃ ଅରୁଣ କୁମାର ସାହୁ ।
ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଏକ ସପ୍ତାହ ବ୍ୟାପୀ ଆୟୋଜିତ ହୋଇଥିବା ଜାତୀୟ ସଂହତି ଶିବିରର ଉଦ୍ଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ୨୦ ଟି ରାଜ୍ୟରୁ ଏହି ଶିବିରରେ ଭାଗ ନେବାକୁ ଆସିଥିବା ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀମାନଙ୍କୁ ଏହି ଆହ୍ୱାନ ଦେଇଛନ୍ତି ଡଃ ସାହୁ ।
ହକି ଭଳି କ୍ରିଡାକୁ ପ୍ରୋତ୍ସାହନ ଦେବା ସହ ଦୀର୍ଘ ୪୦ ବର୍ଷ ପରେ ଭାରତ ଅଲିମ୍ପିକରେ ବ୍ରୋଞ୍ଜ ପଦକ ହାସଲ କରିବା ଦିଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ନିରବଚ୍ଛିନ୍ନ ଉଦ୍ୟମକୁ ପ୍ରଶଂସା କରି ଡଃ ସାହୁ କହିଥିଲେ ଯେ ସ୍କୁଲରେ ପଢ଼ିଲା ବେଳୁ ମୁଖ୍ୟମନ୍ତ୍ରୀଙ୍କର ହକି ପ୍ରତି ଆଗ୍ରହ ଥିଲା । ତେଣୁ ଏହି ଜାତୀୟ କ୍ରୀଡାର ଉନ୍ନତି କରିବା ଦିଗରେ ସେ ଅନେକ ପଦକ୍ଷେପ ନେଉଛନ୍ତି । ନିଜ ସ୍କୁଲ୍ ଓ କଲେଜ ସମୟରେ ବିଭିନ୍ନ କ୍ୟାମ୍ପରେ ଯୋଗ ଦେଇ ପାଇଥିବା ଶିକ୍ଷାର ସ୍ମୃତିଚାରଣ କରିବା ସହ ଭାରତ ଓ
ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟ ସମ୍ବନ୍ଧରେ ଛାତ୍ରଛାତ୍ରୀମାନଙ୍କୁ ଉଦ୍ବୋଧନ ଦେଇ ଡଃ ସାହୁ କହିଥିଲେ ଯେ ଓଡ଼ିଶା ଏଭଳି ଏକ ରାଜ୍ୟ ଯେଉଁଠି ଥରେ ସମ୍ପର୍କ ଯୋଡିଲେ ଆଉ କାଟି ହୁଏ ନାହିଁ ।
ସୋଆର ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏନ୍ଏସ୍ଏସ୍ ଭୁବନେଶ୍ୱରର ଆଂଚଳିକ ନିର୍ଦ୍ଦେଶିକା ସୁଶ୍ରୀ ସରିତା ପଟେଲ୍, ରାଜ୍ୟ ଏନ୍ଏସ୍ଏସ୍ ସେଲ୍ ଏସ୍.ଏନ୍ ଓ ଡଃ ରମେଶ ଚନ୍ଦ୍ର ବେହେରା ଓ ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ବକ୍ତବ୍ୟ ରଖିଥିଲେ ।
ବିଶ୍ୱ ବିଦ୍ୟାଳୟ ଆଉଟ୍ରିଚ୍ ପ୍ରୋଗ୍ରାମ୍ର ନିର୍ଦ୍ଦେଶକ ତଥା ଏନ୍ଏସ୍ଏସ୍ ସଂଯୋଜକ ପ୍ରଫେସର ନଚିକେତା କେ. ଶର୍ମା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଗତ ଡିସେମ୍ବର ୧୫ ତାରିଖରୁ ଆରମ୍ଭ ହୋଇଥିବା ଏହି ଜାତୀୟ ସଂହତି ଶିବିରରେ ୨୦ଟି ରାଜ୍ୟରୁ ପ୍ରାୟ ୨୦୦ ପ୍ରତିନିଧି ଭାଗ ନେଇଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post