ଗୁଣୁପୁର ପୂର୍ତ୍ତ ବଙ୍ଗଳାଠାରେ ବିଜେପି ତରଫରୁ ସାମ୍ବାଦିକ ସମିଳନୀ

0 1

ଗୁଣୁପୁର ରୁ ସନ୍ତୋଷ କୁମାର ଚୌଧୁରୀ: ଆଜି ବିଜେପି ଜିଲ୍ଲା ସଭାପତି ଶ୍ରୀ ଶିବ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଜିଲ୍ଲା ଭାରତୀୟ ଜନତା ଯୁବ ମୋର୍ଚ୍ଚା ସଭାପତି ଶ୍ରୀ ଶ୍ୟାମ କୁମାର ଦାଶଙ୍କ ନେତୃତ୍ୱରେ ଗୁଣୁପୁରଠାରେ ଏକ ସାମ୍ବାଦିକ ସମ୍ମିଳନୀ ହୋଇଯାଇଛି । ଏହି ସମ୍ମିଳନୀରେ ଗୁଣୁପୁରର ବିଭିନ୍ନ ପ୍ରକାର ସମସ୍ୟାକୁ ନେଇ ଆଲୋଚନା କଲେ ଯାହା ବିକାଶ କାର୍ଯ୍ୟରେ ଅବହେଳା, ଗୁଣୁପୁରର ୧୯ ବସ୍ତିରୁ ୧୬ଟି ବସ୍ତିର ଘର ପଟ୍ଟା ନାହିଁ ଓ ରାସ୍ତା, ନାଳ ନର୍ଦମ ସମସ୍ୟା, ଟ୍ରାଫିକ ବ୍ୟବସ୍ତା , ବଳରାମ ଛକ ଠାରେ ଏକ ହାଇ ମାଷ୍ଟ ଲାଇଟ ର ବ୍ୟବସ୍ଥା,ସହର ପାଇଁ ନୁଆଁ ପାଣି ଟ୍ୟାଙ୍କ,ଗୁଣୁପୁର ମହିଳା ମହାବିଦ୍ୟାଳୟ ରେ ଶୌଚାଳୟ, ପୁରୁଣା ବିଲ୍ଡିଂଗ ବଦଳରେ ନୂଆରେ ନିର୍ମାଣ କରିବା, କଲେଜର କର୍ମଚାରୀଙ୍କ ଏବଂ କଲେଜ କମିଟି ସଭାପତି ତଥା ଗୁଣୁପୁର ଉପଜିଲ୍ଲାପାଳ ଙ୍କ ଅବହେଳା ଆଦି ବିଭିନ୍ନ ସମସ୍ୟା ନେଇ ଦାବି ଗୁଡିକ ଯଥା ଶୀଘ୍ର ସମାଧାନ ନ ହେଲେ ଜିଲ୍ଲା ଯୁବମୋର୍ଚା ତରଫରୁ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ ହବ ବୋଲି ଶ୍ରୀ ଶ୍ୟାମ ଦାସ ଚେତାବନୀ ଦେଇଛନ୍ତି । ଉକ୍ତ ସମ୍ବାଦିକ ସମ୍ମିଳନୀରେ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସଭାପତି ଶ୍ୟାମ କୁମାର ଦାଶ , ରାଜ୍ୟ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ବସନ୍ତ ଉଲ୍ଲକା,ଜିଲ୍ଲା ବିଜେପି ଉପସଭାପତି ୱାଇ.ଗଣପତି, ଜିଲ୍ଲା ବିଜେପି କୋଷାଧ୍ୟକ୍ଷ ନାଗାରାଜୁ ଭାଇ,ଜ଼ିଲ୍ଲା ଉପସଭାପତି ଉଦୟ ପାଢ଼ୀ, ବିଦ୍ୟା ଶବର ଭାଇ,ବିଜେପି ଗୁଣୁପୁର ନଗର ସଭାପତି ଶ୍ରୀନିବାସ ସ୍ୱାଇଁ, ଜିଲ୍ଲା ଯୁବ ମୋର୍ଚ୍ଚା ଉପସଭାପତି ସୁମନ ସାହୁକାର, ଜିଲ୍ଲା ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ଅମର ସାହୁ,ସତ୍ୟ କର,ଟିଙ୍କୁ ପଣ୍ଡା, ପୃଥ୍ବୀରାଜ ପାଢ଼ୀ ଏବଂ ଫାଲଗୁନି ଶବର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.