ବାଳ ମୁକୁନ୍ଦ କେନ୍ଦ୍ର ପରିଚ୍ଛା ମଠରେ ଗୀତା ଜୟନ୍ତୀ ପାଳିତ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପବିତ୍ର ଧନୁ ସଂକ୍ରାନ୍ତି ମାର୍ଗଶିର ଶୁକ୍ଳ ତ୍ରୟୋଦଶୀ “ଗୀତା ଜୟନ୍ତୀ ଉତ୍ସବ” ପୁରୋଧା ହରେ ରାମ କୃଷ୍ଣ ଚୌଧୁରୀଙ୍କ ପୌରହିତରେ ବାଳ ମୁକୁନ୍ଦ କେନ୍ଦ୍ର, ଶ୍ରୀରାସିକରାଜ ମନ୍ଦିର , ପରିଚ୍ଛା ମଠ ଠାରେ ଅନୁଷ୍ଠିତ ହୋଇଯାଇଛି।
ଏଥିରେ ମୁଖ୍ୟ ଅତିଥି ରୂପେ ସ୍ୱାମୀ ନିଗମାନନ୍ଦ ଜୀ ଯୋଗଦେଇ ଦୈନନ୍ଦିନୀ ଜୀବନରେ ଗୀତାର ଆବଶ୍ୟକତା ବିଷୟରେ ବୁଝାଇଥିଲେ। ସମ୍ମାନିତ ଅତିଥି ଦ୍ୱୟ ବରିଷ୍ଠ ଓକିଲ ଜାଗା ରାଓ ଏବଂ ଶିକ୍ଷାବିତ୍ ପ୍ରତାପ ଶେଖର ପରିଚ୍ଛା ଯୋଗ ଦେଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ।
ଏହି ଅବସରରେ ବାଳ ମୁକୁନ୍ଦ କେନ୍ଦ୍ରର ଦକ୍ଷତା ପ୍ରମାଣ ପତ୍ର ଓ ପୁରସ୍କାର ବଣ୍ଟନ ଅଭିଯାନର ଚତୁର୍ଥ ପର୍ଯ୍ୟାୟରେ ଆଠ ଜଣ ଶିଶୁଙ୍କୁ ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରାଗଲା । ଏଥିରେ ପରିଚ୍ଛା ମାଠର ପରିଚାଳକ ମୁରଲୀଧର ପରିଚ୍ଛା ସହଯୋଗ କରିଥିବାବେଳେ ସମସ୍ତ କାର୍ଯ୍ୟକ୍ରମକୁ କେନ୍ଦ୍ର ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ପରିଚାଳନା କରିଥିଲେ।

Leave A Reply

Your email address will not be published.