କଲ୍ୟାଣ ମଣ୍ଡପରେ ଶେଷ ହେଲା ଅସ୍ତରଙ୍ଗ ପଞ୍ଚାୟତସମିତିର ଶେଷ ବୈଠକ ।

0

ଅସ୍ତରଙ୍ଗ/ଦୁଃଶାସନ ନାୟକ : ପୁରୀ ଜିଲ୍ଲା ଅସ୍ତରଙ୍ଗ ପଞ୍ଚାୟତ ସମିତିର ଶେଷ ବୈଠକ ଇତି ମଧ୍ୟରେ ପିରଯାହାନିଆ ନିକଟ ନବ ନିର୍ମିତ କଲ୍ୟାଣ ମଣ୍ଡପରେ ବୁଧବାର ଦିନ ବ୍ଲକ ଅଧ୍ୟକ୍ଷ ସ୍ୱଧୀନ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକକୁ ମନ୍ତ୍ରୀ ତୁଷାର କାନ୍ତି ବେହେରା ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ପ୍ରାରମ୍ଭରେ, ବ୍ଲକର ବି ଡି ଓ ବେବିତା ମଞ୍ଜରୀ ନୟକ ସ୍ୱାଗତ ଭାଷଣ ଦେବାପରେ ବୈଠକ ଆରମ୍ଭ ହୋଇଥିଲା । ସମିତି ସଭ୍ୟ ଦିବାକର ଛାଟୋଇ,ସରପଞ୍ଚ, ପ୍ରଫୁଲ୍ଲ ବେହେରା, ଲସମିଧର ଜେନା, ଅଧିକାରୀ ବେହେରା,ମଙ୍ଗୁଳି ପ୍ରଧାନ, ପ୍ରମୁଖ, ଭାଷଣ ଦେଇ ବିଗତ ଦିନରେ ହୋଇଥିବା ପଂଚାୟତ ସମିତିର କାର୍ଯ୍ୟ କଳାପ ଉପରେ ଆଲୋକପାତ କରିବା ସହ ଏହି ଅଧିବେଶନ ଚଳିତ ପଞ୍ଚାୟତ ସମିତିର ଶେଷ ଅଧିବେଶନ ଓ ଏହା ଅସ୍ତରଙ୍ଗ ବ୍ଲକ ସଭା ଗୃହରେ ନ ହୋଇ ଏପରି ଏକ ପବିତ୍ର ତଥା ପର୍ଯ୍ୟଟନ କ୍ଷେତ୍ର ପିରଯାହାନିଆ ନିକଟରେ ଅନୁଷ୍ଟିତ ହୋଇଥିବାରୁ ବୈଠକରେ ଆନନ୍ଦ ପ୍ରକାଶ କରିଥିଲେ ।
ସେହିପରି ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଥିଲେ ଯେ,କେହି କ୍ଷମତାରେ ଥାଆନ୍ତୁ ନ ଥାନ୍ତୁ ,ମୋର ସାହାଯ୍ୟ ସମସ୍ତଙ୍କ ପାଇଁ ସମାନ ଭାବେ ଜାରି ରହିବ ବୋଲି ପରିପ୍ରକାଶ କରିଥିଲେ । ଜିଲ୍ଲା ପରିଷଦ ସଭ୍ୟ ଗଦାଧର ବିଶ୍ୱାଳ, ପଞ୍ଚାନନ ସ୍ଵାଇଁ, ଉପାଧ୍ୟକ୍ଷା ମମତା ସ୍ଵାଇଁ, ଏମ ପି ପ୍ରତିନିଧି ଚମ୍ପକ ଵାରିକ, ଅତିରିକ୍ତ ବିଡିଓପ୍ରମୁଖ ଶେଷ ବୈଠକ ଉପରେ ନିଜ ନିଜର ମତରଖି ଥିଲେ । କୃଷି , ପଶୁସମ୍ପଦ ,ଖାଉଟି କାର୍ଡ, ସ୍ୱାସ୍ଥ୍ୟ, ଆବାସ ଯୋଜନା ଭତା ଆଦି ଉପରେ ମଧ୍ୟ ଆଲୋଚନା କରାଯାଇଥିଲା । ତହସିଲଦାର ରାଜଲଷ୍ମୀ ନାୟକ,ଡାକ୍ତର ସଂଜୟ ପ୍ରଧାନଙ୍କ ସମେତ ବ୍ଲକ ର ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ବୈଠକ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଅସ୍ତରଙ୍ଗ ସମିତି ସଭ୍ୟ ଦିବାକର ଛାଟୋଇ। ।

Leave A Reply

Your email address will not be published.